ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୫ ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍ପେନ୍ସ ଜାରି ରହିଛି । ତେବେ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରୁ ନିଜର ଦାବି ଛାଡ଼ିବା ପରେ ବିଜେପି ନେତା ଦେବେନ୍ଦ୍ର ଫଡନବୀସ ମୁଖ୍ୟମନ୍ତ୍ରୀ ହେବା ନେଇ ପଥ ପରିଷ୍କାର ହୋଇଯାଇଛି । ତେବେ ମନ୍ତ୍ରୀମଣ୍ଡଳ ଗଠନ ନେଇ ଗୁରୁବାର ରାତିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରହିଛି । ଏଥିରେ ଦେବେନ୍ଦ୍ର ଫଡନବୀସ, ଏକନାଥ ସିନ୍ଦେ ଓ ଅଜିତ ପାଓ୍ବର ଯୋଗ ଦେଇଛନ୍ତି । ଏହି ଅବସରରେ ବିଜେପି ସଭାପତି ଜେପି ନଡ୍ଡା ବି ଉପସ୍ଥିତ ଥିଲେ ।
ସେପଟେ ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଓହରିବା ପରେ ସିନ୍ଦେଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପି ଉଦ୍ୟମ ଆରମ୍ଭ କରିଦେଇଛି । କୁହାଯାଉଛି ଯେ ସିନ୍ଦେଙ୍କ ନିୟନ୍ତ୍ରଣରେ ଥିବା ଶିବସେନାକୁ କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇପାରେ । ତେବେ ବିଜେପି ନିଜ ପାଖରେ ଗୃହ ବିଭାଗ ସହ ମୋଟ ପ୍ରାୟ ୨୩ଟି ଆସନ ରଖିପାରେ । ସେହିପରି ଅଜିତ ପାଓ୍ବାରଙ୍କ ଅଧିନରେ ଥିବା ଏନସିପିକୁ ବି କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇପାରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/28/3Gde3sWldMKpBz4ZoceN.jpg)