ମେକ୍ସିକୋ ସିଟି: ମେକ୍ସିକୋର ଜଣେ ଲୋକ ନିଜ ସ୍ତ୍ରୀକୁ ହତ୍ୟା କରି ତା’ର ମସ୍ତିଷ୍କକୁ ଟାକୋ (ଦୋସା ପରି ଖାଦ୍ୟ) ସହ ଖାଇବା ପରେ ଖପୁରିକୁ ଆସ୍ଟ୍ରେ ଭାବେ ବ୍ୟବହାର କରୁଥିବା ଅଭିଯୋଗରେ ଗିରଫ ହୋଇଛି। ମେକ୍ସିକୋର ପୁଏବ୍ଲାରେ ଏହି ଘଟଣା ଘଟିଛି।
୩୨ ବର୍ଷୀୟ ଆଲଭାରୋ ଜୁନ୍ ୨୯ ତାରିଖରେ ନିଜ ସ୍ତ୍ରୀ ତଥା ୫ ପିଲାଙ୍କ ମାଆ ମାରିଆ ମଣ୍ଟସେରାତ ଆନିମାସ ମଣ୍ଟିଏଲଙ୍କୁ ହତ୍ୟା କରିଥିଲା। ପୁଲିସ ଜେରା ବେଳେ ଆଲଭାରୋ କହିଛି ଯେ, ସେ ସଇତାନ ଓ ମୃତ୍ୟୁଦେବୀ ଶାନ୍ତା ମୁର୍ତେଙ୍କ ଦ୍ବାରା ପ୍ରଭାବିତ ହୋଇ ଏହି ହତ୍ୟାକାଣ୍ଡ ଘଟାଇବାକୁ ବାଧ୍ୟ ହୋଇଥିଲା। ତା’ ଘରୁ ଗୁଣିଗାରେଡ଼ିର ସରଞ୍ଜାମ ମଧ୍ୟ ମିଳିଥିଲା। ପୁଲିସର କହିବା ଅନୁସାରେ ସ୍ତ୍ରୀକୁ ହତ୍ୟା କରିବା ପରେ ଆଲଭାରୋ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କିଛି ଅଂଶ ପ୍ଲାଷ୍ଟିକ୍ ବ୍ୟାଗ୍ରେ ନେଇ ଏକ ଉପତ୍ୟକାରେ ଫୋପାଡ଼ିଥିଲା ଓ ଆଉ କିଛି ନିଜ ପାଖରେ ରଖିଥିଲା। ସେ ମସ୍ତିଷ୍କକୁ ଟାକୋ ସହ ଖାଇଥିବା ସ୍ବୀକାର କରିଥିଲା। ମାରିଆ ମଣ୍ଟସେରାତ ମାତ୍ର ବର୍ଷକ ତଳେ ଆଲଭାରୋକୁ ବିବାହ କରିଥିବା ବେଳେ ବିବାହ ପୂର୍ବରୁ ତାଙ୍କର ୧୨ରୁ ୨୩ ବର୍ଷ ବୟସ୍କ ୫ଟି ଝିଅ ଥିବା ଜଣାପଡ଼ିଛି।