ମୁମ୍ବାଇ: ମହାରାଷ୍ଟ୍ରର ପରଭଣି ଅଞ୍ଚଳର ଉଖଲାଡ଼ ଗ୍ରାମରେ ଆଜି ଜଣେ ନାବାଳକକୁ ଚୋର ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଛି। ମୃତ ନାବାଳକ ଏବଂ ଅନ୍ୟ ୨ ଜଣ ଶିଖ୍ ବାଳକଙ୍କ ଉପରେ କିଛି ଲୋକ ଆକ୍ରମଣ କରିଥିଲେ। ସେମାନଙ୍କୁ ଚୋର ଭାବି ନିସ୍ତୁକ ମାଡ଼ ମରାଯାଇଥିଲା।
ଗୁରୁତର ଅବସ୍ଥାରେ ଜଣେ ନାବାଳକଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ନାବାଳକ ଏବଂ ତାଙ୍କ ସାଙ୍ଗମାନେ ଛେଳି ଚୋରି କରୁଥିଲେ ବୋଲି ସନ୍ଦେହ କରି ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ପରଭଣି ଏସ୍ପି ରାଗସୁଧା ଆର୍ କହିଛନ୍ତି, ପୁଲିସ ଏହି ଘଟଣାରେ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ମାମଲାରେ ୪ ଜଣ ଗିରଫ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead-2.jpg)