୪ ଝିଅଙ୍କୁ ଗଳା କାଟି ହତ୍ୟା ପରେ ମା’ର ଆତ୍ମହତ୍ୟା ଉଦ୍ୟମ

ମେୱାତ: ହରିୟାଣାର ମେୱାତ୍‌ ଜିଲ୍ଲାରେ ଜଣେ ମା’ ନିଜର ୪ ଝିଅଙ୍କ ଗଳା କାଟି ହତ୍ୟା କରିଛି। ଫର୍‌ମିନା ନିଜର ୪ ଝିଅଙ୍କୁ ଗଳାକାଟି ହତ୍ୟା କରିଛି ବୋଲି ସ୍ବାମୀ ଖୁର୍ସିଦ୍‌ ଖାନ୍‌ ଥାନାରେ ଅଭିଯୋଗ ଆଣିଛନ୍ତି। ଫର୍‌ମିନା କେବଳ ଝିଅ ଜନ୍ମ କରୁଥିବାରୁ ସ୍ବାମୀ ତାଙ୍କ ଉପ‌ରେ ଅସନ୍ତୁଷ୍ଟ ଥିଲେ। ପୁଅ ପାଇଁ ଖୁର୍ସିଦ୍‌ ଫର୍‌ମିନାଙ୍କୁ ନିୟମିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ଏବଂ ନିର୍ଯାତନା ସହି ନ ପାରି ଫର୍‌ମିନା ୪ ଝିଅଙ୍କ ଗଳାକାଟି ହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି। ଘରୁ ୪ ଝିଅ ମୁସ୍‌କାନ, ମିସ୍‌କିନା, ଅଲ୍‌ସିଫା ଏବଂ ଆର୍‌ବିନାଙ୍କ ମୃତ ଦେହ ମିଳିଥିଲା। ତେବେ ଖୁର୍ସିଦର ନିର୍ଯାତନା ସହି ନପାରି ଫର୍‌ମିନା‌ ଏଭଳି କରିଛନ୍ତି ବୋଲି ଫର୍‌ମିନାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷେ, ୪ ଝିଅଙ୍କୁ ଗଳାକାଟି ହତ୍ୟା କରିବା ପରେ ଫର୍‌ମିନା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ସ୍ବାମୀ ଖୁର୍ସିଦ ଥାନାରେ ଅଭିଯୋଗ କରିଛନ୍ତି। ଖୁର୍ସିଦ ଫର୍‌ମିନାଙ୍କ ବିରୋଧରେ ପୁନ୍‌ହାନା ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର