ମା, ଦୁନିଆର ଏମିତି ଏକ ଶବ୍ଦ ଯାହାର କଳନା କରିବା କାହା ପାଇଁ ବି ସମ୍ଭବ ହୋଇନଥାଏ | ଏମିତି ଜଣେ ମାଙ୍କ କାହାଣୀ ଆଜି ଆମେ ଆପଣଙ୍କୁ କହିବୁ ଯିଏ କି ନିଜର ମୃତ୍ୟୁ ପରେ ବି ଅନେକଙ୍କ ମୁହଁରେ ହସ ଫୁଟାଇଛନ୍ତି | ୭ ଜଣଙ୍କୁ ନିଜ ଅଙ୍ଗପ୍ରତ୍ୟଙ୍ଗ ଦାନ କରି ପୁନର୍ଜନ୍ମ ଦେଇଛନ୍ତି |
୨୦୧୮ ମସିହାର କଥା | ମାଙ୍ଗଲୋରରେ ଜଣେ ବାଇକ ଚାଳକଙ୍କ ଧକ୍କାରେ ଆହତ ହୋଇଥିଲେ ଶ୍ରୀମତୀ ନିର୍ମଳା ଭଟ୍ଟ | ନିର୍ମଳାଙ୍କୁ ତୁରନ୍ତ ମେଡିକାଲରେ ସ୍ଥାନୀୟ ଲୋକ ଭର୍ତ୍ତି କରି ତାଙ୍କ ପରିବାର ଲୋକଙ୍କୁ ଫୋନ କରିଥିଲେ | ଏହାପରେ ପରିବାର ଲୋକ ଯେତେବେଳେ ମେଡିକାଲ ଆସିଲେ ସେତେବେଳେ ଡାକ୍ତର କହିଥିଲେ ଯେ ସ୍ଥିତି ସେତେ ଗୁରୁତର ନାହିଁ, ପ୍ରାଥମିକ ଚିକିତ୍ସା ପରେ ଘରକୁ ନେଇ ହେବ | ଏହି ସମୟରେ ନିର୍ମଳାଙ୍କ ନାକରୁ ରକ୍ତ ଝରିବା ଆରମ୍ଭ ହେଲା | ଅଧିକ ଚିକିତ୍ସା ପାଇଁ ନିର୍ମଳାଙ୍କୁ ଅନ୍ୟ ଏକ ମେଡିକାଲକୁ ନିଆଯାଇଥିଲା | ସେଠାରେ କିନ୍ତୁ ନିର୍ମଳା ପ୍ରାଣ ହରାଇଥିଲେ | ଶରୀର ଭିତରେ ଆଘାତ ଯୋଗୁଁ ମୃତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଥିଲା | ଏହାପରେ ନିର୍ମଳାଙ୍କର ଅନ୍ତିମ ସଂସ୍କାର ପାଇଁ ପୁଅ ପ୍ରସ୍ତୁତ ହେଉଥିବାବେଳେ ବାପା ତଥା ନିର୍ମଳାଙ୍କ ସ୍ୱାମୀ କହିଥିଲେ ପତ୍ନୀଙ୍କ ଶେଷ ଇଚ୍ଛା |
ନିଜ ମୃତ୍ୟୁ ପରେ ଯେଭଳି ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଆବଶ୍ୟକ ଥିବା ବ୍ୟକ୍ତିଙ୍କ ଶରୀରରେ ଲାଗିପାରିବ, ସେ ନେଇ ଅନ୍ତିମ ଇଚ୍ଛା ସ୍ୱାମୀଙ୍କୁ କହିଥିଲେ | ଏହାପରେ ପରିବାର ଲୋକ ତୁରନ୍ତ ଡାକ୍ତରଙ୍କୁ ଏବାବଦରେ କହିଥିଲେ | ଡାକ୍ତର ପରିବାର ଲୋକଙ୍କ ସମ୍ମତି ପାଇବା ପରେ ଯକୃତ, ବୃକକ, ହୃତପିଣ୍ଡ ଭଲଭ ଓ ଆଖିର କର୍ଣ୍ଣିଆକୁ କାଢିଥିଲେ |
ଏହାପରେ ଏ ସବୁ ଅଙ୍ଗପ୍ରତ୍ୟଙ୍ଗକୁ ୭ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା | ଏହାକୁ ନେଇ ନିର୍ମଳାଙ୍କ ପୁଅ କହିଛନ୍ତି ଯେ 'ମୋ ମା ସେମାନଙ୍କ ହସରେ ବଞ୍ଚିଛି | ନିଜ ଜୀବନର ଶେଷ ସମୟରେ ଯେତେବେଳେ ଜଣେ ପୁନର୍ଜନ୍ମ ପାଇଥାଏ ଓ ଟିକେ ହସିଦେଇଥାଏ ସେତିକି ହିଁ ମୋ ମାଙ୍କର ସମର୍ପଣ ଆମକୁ ମନେପକାଇଦେଇଥାଏ |