ମୁମ୍ବାଇ: ବୁର୍ଖା ପିନ୍ଧିବାକୁ ମନା କରିବାରୁ ମୁମ୍ବାଇର ଜଣେ ଟ୍ୟାକ୍ସି ଡ୍ରାଇଭର ଇକବାଲ ଶେଖ (୩୬) ତା’ ସ୍ତ୍ରୀ ରୂପାଲି ଓରଫ ଜାରା (୨୦)ଙ୍କୁ ଛୁରି ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ରୂପାଲି ହେଉଛନ୍ତି ଜଣେ ହିନ୍ଦୁ ଝିଅ ଯିଏ ୨୦୧୯ରେ ଇକବାଲ ଶେଖକୁ ବିବାହ କରିଥିଲେ। ବିବାହ ପରେ ତାଙ୍କ ନାମ ବଦଳାଇ ଜାରା ଦିଆଯାଇଥିଲା। ୨୦୨୦ରେ ତାଙ୍କର ଗୋଟିଏ ପୁଅ ହୋଇଥିଲା। କିନ୍ତୁ ଜାରା ମୁସଲମାନ ରୀତିନୀତି ମାନିବାକୁ ରାଜି ନ ହେବାରୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଉଥିଲା ଏବଂ କିଛିମାସ ହେଲା ସେ ପୁଅକୁ ନେଇ ସ୍ବାମୀଠାରୁ ଅଲଗା ରହୁଥିଲେ। ରବିବାର ଇକବାଲ ପତ୍ନୀ ରୂପାଲି ଓରଫ ଜାରାଙ୍କୁ ଡାକିଥିଲା ଛାଡ଼ପତ୍ର ବିଷୟରେ କଥାବାର୍ତ୍ତା କରିବା ପାଇଁ। ବୁର୍ଖା ପିନ୍ଧିବା ମାମଲାରେ ଦୁହିଙ୍କ ଭିତରେ ଝଗଡ଼ା ହୋଇଥିଲା। ଶେଷରେ ଇକବାଲ ଜାରାଙ୍କ ଗଳାକାଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା।
ବୁର୍ଖା ନ ପିନ୍ଧିବାରୁ ସ୍ତ୍ରୀକୁ ହତ୍ୟାକଲା ମୁମ୍ବାଇ ଡ୍ରାଇଭର
/sambad/media/post_attachments/wp-content/uploads/2022/09/56f4hs65f4h6s5f465fshshfhf.jpg)