ନୂଆଦିଲ୍ଲୀ: ପୃଥିବୀଠାରୁ ପ୍ରାୟ ୩୦୦ କୋଟି ଆଲୋକବର୍ଷ (୧ ଆଲୋକବର୍ଷ = ୩ ଲକ୍ଷ x ୬୦ x ୬୦ x ୨୪ x ୩୬୫ କିମି) ଦୂରରେ ଥିବା ଅନ୍ୟ ଏକ ନିହାରିକାରୁ ପୃଥିବୀକୁ ରହସ୍ୟଜନକ ରେଡିଓ ସଂକେତ ଆସୁଥିବା ଜ୍ୟୋତିର୍ବିଜ୍ଞାନୀମାନେ ଠାବ କରିଛନ୍ତି। ତେବେ ବୈଜ୍ଞାନକମାନଙ୍କ ଦ୍ବାରା ଏପରି ବେତାର ସଂକେତ ଠାବ କରାଯିବାର ଏହା ପ୍ରଥମ ଘଟଣା ନୁହେଁ। ଏ ସମ୍ପର୍କରେ ବିଜ୍ଞାନ ପତ୍ରିକା ନେଚରରେ ବିବରଣୀ ପ୍ରକାଶ ପାଇଛି। ଗବେଷକମାନେ ନୂତନ ଫାଷ୍ଟ ରେଡିଓ ବର୍ଷ୍ଟ (ଏଫ୍ଆର୍ବି)ଗୁଡ଼ିକର ସନ୍ଧାନ ପାଇଛନ୍ତି, ଯାହା ଏଫ୍ଆର୍ବି ୨୦୧୯୦୫୨୦ବି ଭାବେ ଜଣାଶୁଣା। ଏକ ବାମନ ନିହାରିକାରୁ ଏହା ଆସୁଥିଲା। ୨୦୧୯ ମେ ମାସରେ ଚୀନ୍ର ଗୁଇଝୋଉଠାରେ ଫାଇଭ୍-ହଣ୍ଡ୍ରେଡ୍ ମିଟର ଆପରଚର ସ୍ଫିରିକାଲ ରେଡିଓ ଟେଲିସ୍କୋପ (ଏଫ୍ଏଏସ୍ଟି ବା ଫାଷ୍ଟ) ବ୍ୟବହାର କରି ଏଫ୍ଆର୍ବି ଠାବ କରାଯାଇଥିଲା। ୨୦୨୦ରେ ପାଞ୍ଚମାସ ଭିତରେ ସେହିପରି ୭୫ଟି ଅଧିକ ଏଫ୍ଆର୍ବି ଠାବ କରାଯାଇଥିଲା। ଯେଉଁ ବସ୍ତୁରୁ ଏହି ଏଫ୍ଆର୍ବିଗୁଡ଼ିକ ଆସୁଥିଲା ସେଗୁଡ଼ିକ ଏଫ୍ଆର୍ବିଗୁଡ଼ିକ ମଝିରେ ଛୋଟ ଓ ଦୁର୍ବଳ ବିକିରଣ ମଧ୍ୟ କରୁଥିଲେ। ଏହି ଏଫ୍ଆର୍ବିଗୁଡ଼ିକ ୨୦୧୬ରେ ଦେଖାଦେଇଥିବା ପ୍ରଥମ ଏଫ୍ଆର୍ବି (ଏଫ୍ଆର୍ବି ୧୨୧୧୦)ର ଅନୁରୂପ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି। ତେବେ ଏହି ବିକିରଣଗୁଡ଼ିକର କାରଣ ବିଷୟରେ ବୈଜ୍ଞାନିକମାନେ ଦୃଢ଼ନିଶ୍ଚିତ ନୁହନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp