ନୂଆଦିଲ୍ଲୀ: ବେଆଇନ ଭାବେ ଭାରତରେ ରହୁଥିବା ବାଂଲାଦେଶୀଙ୍କ ବିରୋଧରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି । ଆସାମ ଓ ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀରେ ବି ବେଆଇନ ବାଂଲାଦେଶୀଙ୍କ ବିରୋଧରେ ଅଭିଯାନ ଆରମ୍ଭ ହୋଇଛି ।
ବେଆଇନ ବାଂଲାଦେଶୀ ପ୍ରବାସୀଙ୍କ ବିରୋଧରେ ଯାଞ୍ଚ ଅଭିଯାନରେ ଦିଲ୍ଲୀ ପୁଲିସ ଏଭଳି ୧୭୫ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ରବିବାର ଅଧିକାରୀମାନେ ଏ ନେଇ ସୂଚନା ଦେଇଛନ୍ତି। ଶନିବାର ସନ୍ଧ୍ୟା ୬ଟାରୁ ପୁଲିସ ବାହାର ଦିଲ୍ଲୀ ଅଞ୍ଚଳରେ ୧୨ ଘଣ୍ଟିଆ ଯାଞ୍ଚ ଅଭିଯାନ ଚଳାଇଥିଲା।
ବିନା କାଗଜପତ୍ରରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ଅଟକ ରଖିବା ପାଇଁ ପୁଲିସ ଉଦ୍ୟମ ଜୋରଦାର କରିଛି। ବାହ୍ୟ ଦିଲ୍ଲୀରେ ବ୍ୟାପକ ଯାଞ୍ଚ ଅଭିଯାନ ସମୟରେ ୧୭୫ ଜଣଙ୍କୁ ସନ୍ଦିଗ୍ଧ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀ ଭାବେ ଚିହ୍ନଟ କରାଯାଇଛି। ”
ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ମଧ୍ୟ ବେଆଇନ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବା ବିଷୟରେ ଘୋଷଣା କରିଛନ୍ତି । ଏସବୁ ଲୋକମାନଙ୍କ ପାଇଁ ଅବରୋଧ କେନ୍ଦ୍ର ବା ଡିଟେନ୍ସନ ସେଣ୍ଟର ପ୍ରତିଷ୍ଠା ପାଇଁ ଯୋଜନା କରାଯାଉଛି । ସେପଟେ ଆସାମ ପୁଲିସ ଗତ କିଛି ଦିନ ହେଲା ବେଆଇନ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)