ରାଫେଲ ବିମାନ କିଣା ପ୍ରସଙ୍ଗରେ ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଖୁଲାସା, ରିଲାଏନ୍ସକୁ ପାର୍ଟନରଭାବେ ନେବା ପାଇଁ ଭାରତ ସରକାର ସୁପାରିଶ କରିଥିଲେ

ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ରାଫେଲ ବିମାନ କିଣା ପ୍ରସଙ୍ଗରେ ଏକ ନୂଆ ମୋଡ ଆସିଛି । ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନସିସକୋ ହୋଲାଣ୍ଡେ ଏକ ଚାଞ୍ଚଲ୍ୟକର ଖୁଲାସା କରି କହିଛନ୍ତି ଯେ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ଅଫସେଟ ପାର୍ଟନର ହିସାବରେ ନେବା ପାଇଁ ଭାରତ ସରକାର ହିଁ ପ୍ରସ୍ତାବ ଦେଇଥିଲେ । ଏଣୁ ଏହି ପ୍ରସ୍ତାବ ମାନିବା ଛଡା ଅନ୍ୟ କିଛି ଉପାୟ ନଥିଲା ବୋଲି ସେ କହିଛନ୍ତି । ଏକ ଫ୍ରାନ୍ସ ସମ୍ବାଦପତ୍ର ଲି ମଣ୍ଡେ କୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଭାରତ ସରକାର ଏ ସଂପର୍କରେ ପ୍ରସ୍ତାବ ଦେବା ପରେ ଅନୀଲ ଅମ୍ବାନୀଙ୍କ କମ୍ପାନି ସହ ଡାସାଲ୍ଟ କମ୍ପାନି ( ରାଫେଲ ନିର୍ମାତା) କଥାବାର୍ତ୍ତା ଆରମ୍ଭ କରି ଚୁକ୍ତି କରିଥିଲା । ହଲାଣ୍ଡେଙ୍କ ଏହି ବକ୍ତବ୍ୟ ପରେ ଭାରତରେ ବିରୋଧୀ ଦଳଙ୍କ ହାତରେ ଆଉ ଏକ ଅସ୍ତ୍ର ଲାଗିଛି । ତେବେ ସଂପୃକ୍ତ ଫରାସୀ ସାମ୍ବାଦିକଙ୍କ ଖବରର ସତ୍ୟତା ଯାଞ୍ଚ କରାଯାଉଛି ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ।

ସମ୍ବନ୍ଧିତ ଖବର