ରିୟା ଓ ମହେଶ ଭଟ୍ଟଙ୍କ ନୂଆ ଭିଡିଓ ଭାଇରାଲ: ଗପ ଶୁଣାଉଛନ୍ତି ଫିଲ୍ନ ନିର୍ମାତା, ସାମ୍ନାରେ ବସି ତାଳି ମାରୁଛନ୍ତି ରିୟା

ମୁମ୍ବାଇ: ସୁଶାନ୍ତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଏବଂ ବଲିଉଡ ଡ୍ରଗ୍ସ ଲିଙ୍କରେ ଏନସିବି ଦ୍ୱାରା ଗିରଫ ରିୟା ଚକ୍ରବର୍ତ୍ତୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହ ନଜର ଆସୁଛନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଅନୁମାନ କରାଯାଉଛି ମହେଶ ଭଟ୍ଟଙ୍କ ଘରେ ସୁଟ୍ ହୋଇଛି ଏହି ଭିଡିଓ । ଭିଡିଓରେ ମହେଶ ଭଟ୍ଟଙ୍କ ଘରେ ଏକ କାଉଚରେ ସାମ୍ନାସାମ୍ନି ବସିଛନ୍ତି ରିୟା ଓ ମହେଶ ଭଟ୍ଟ । ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ହାତରେ ରହିଛି ଏକ ଗପ ବହି । ମହେଶ ଭଟ୍ଟ ଗପ ପଢି ରିଆଙ୍କୁ ଶୁଣାଉଥିବାବେଳେ ସାମ୍ନାରେ ବସି ଅତି ଆଗ୍ରହର ସହ ଶୁଣୁଛନ୍ତି ରିୟା ଚକ୍ରବର୍ତ୍ତୀ ଏବଂ ଶେଷରେ ତାଳି ମଧ୍ୟ ମାରୁଛନ୍ତି ।

ପୂର୍ବରୁ ରିୟାଙ୍କ ସହ ମହେଶ ଭଟ୍ଟଙ୍କ କିଛି ଅନ୍ତରଙ୍ଗ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ନେଇ ଦୁହିଁଙ୍କ ସଂପର୍କ ଉପରେ ପ୍ରଶ୍ନ ଉଠିଥିଲା । ନିଜ ଝିଅ ବୟସର ଜଣେ ଅଭିନେତ୍ରୀଙ୍କ ସହ ମହେଶ ଭଟ୍ଟଙ୍କ ଏହି ଅନ୍ତରଙ୍ଗ ଫଟୋ ସବୁ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଭୟଙ୍କ ଚରିତ୍ରକୁ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଇଥିଲା ।

ସବୁଠାରୁ ବଡକଥା ହେଉଛି ଜୁନ ୮ ତାରିଖରେ ରିୟା ଚକ୍ରବର୍ତ୍ତୀ ଯେତେବେଳେ ସୁଶାନ୍ତଙ୍କ ଘର ଛାଡିଥିଲେ ସେ ମହେଶ ଭଟ୍ଟଙ୍କୁ ଫୋନ କରିଥିଲେ ଏବଂ ତାଙ୍କରି ପରାମର୍ଶରେ ସୁଶାନ୍ତଙ୍କ ଘର ଛାଡିଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର