ପୋଷା କଙ୍ଗାରୁ ନେଲା ମାଲିକର ଜୀବନ

ସିଡ଼୍‌ନି : ଅଷ୍ଟ୍ରେଲିଆରେ ଏକ ପୋଷା କଙ୍ଗାରୁର ଭୟଙ୍କର ଆକ୍ରମଣରେ ମାଲିକଙ୍କ ଜୀବନ ଯାଇଛି। ପର୍ଥର ଦକ୍ଷିଣରେ ପ୍ରାୟ ୪୦୦ କିମି ଦୂରରେ ଅବସ୍ଥିତ ରେଡମଣ୍ଡ୍‌ରେ ଏଭଳି ଅଘଟଣ ଘଟିଛି। ମାଲିକଙ୍କୁ ଆକ୍ରମଣ କରିବା ପରେ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଆସିଥିବା ଡାକ୍ତରୀଦଳକୁ ମଧ୍ୟ କଙ୍ଗାରୁ ବାଟ ଛାଡ଼ି ନଥିଲା। ଶେଷରେ ପୁଲିସ ବାଧ୍ୟ ହୋଇ କଙ୍ଗାରୁକୁ ଗୁଳିକରି ମାରିଥିଲା। ଏହାପରେ ଚିକିତ୍ସକ ଦଳ ସଂପୃକ୍ତ ମାଲିକଙ୍କ ନିକଟରେ ପହଞ୍ଚି ପାରିଥିଲେ। କିନ୍ତୁ ସେତେବେଳକୁ ଆହତ ମାଲିକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।ଅଷ୍ଟ୍ରେଲିଆରେ ଏହା ପୂର୍ବରୁ ୧୯୩୬ ମସିହାରେ ଏକ କଙ୍ଗାରୁର ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା। ତେଣୁ ଗତ ୮୬ ବର୍ଷ ମଧ୍ୟରେ ଏଭଳି ଘଟଣା ଦେଖିବାକୁ ମିଳି ନଥିଲା।

ସମ୍ବନ୍ଧିତ ଖବର