ମମତାଙ୍କୁ ହତ୍ୟା କରିବାର ସୁପାରି କିଏ ଦେଲା? କାହାକୁ ଇଙ୍ଗିତ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ । ସେ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ଏକ ରାଜନୈତିକ ଦଳ ଉଦ୍ୟମ କରୁଛି । ଏଥିପାଇଁ ଭଡାଟିଆ ହତ୍ୟାକାରୀଙ୍କୁ ନିୟୋଜିତ କରାଯାଇଛି। ତାଙ୍କୁ ଏହି ସୂଚନା ପୁଲିସ ପକ୍ଷରୁ ଦିଆଯାଇଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ମମତାଙ୍କ କହିଛନ୍ତି, ‘ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ମୋତେ ହତ୍ୟା କରିବା ଲାଗି ସୁପାରି ଦେଇଛି । ଯେଉଁମାନେ ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି ସେମାନେ ମୋ ଘରର ଟିକିନିକି ବିବରଣୀ ମଧ୍ୟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି । ଏହାକୁ ଜାଣିପାରି ଘର ବଦଳାଇବାକୁ ମୋତେ ପୁଲିସ ପରାମର୍ଶ ଦେଇଛି । ଏହା ପୂର୍ବରୁ ମଧ୍ୟ ମୋତେ ହତ୍ୟା କରାଯିବାକୁ ଷଡ଼ଯନ୍ତ୍ର କରାଯାଇଥିଲା।’

ଏକ ଟିଭି ଚ୍ୟାନେଲକୁ ସାକ୍ଷତକାର ଦେଇ ମମତା ବାନାର୍ଜୀ କହିଛନ୍ତି ଯେ ମୁଁ ବିଶ୍ୱସ୍ତ ସୂତ୍ରରୁ ଏହି ସୂଚନା ପାଇଛି । ମୋ ରାଜ୍ୟର ଇଣ୍ଟିଲିଜେନ୍ସ ବ୍ୟୁରୋ ମତେ ତୁରନ୍ତ ନୂତନ ସରକାରୀ ବାସଭବନକୁ ଚାଲିଯିବା ପାଇଁ ପରାମର୍ଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମମତା ଏବେ ବି ତାଙ୍କର ବ୍ୟକ୍ତିଗତ ଘରେ ରହୁଛନ୍ତି ।

Gulte

କେବଳ ସେତିକି ନୁହେଁ, ସେ କହିଛନ୍ତି, ‘ମୁଁ ମୃତ୍ୟୁକୁ ଭୟ କରେ ନାହିଁ । ମୋ ଅବର୍ତ୍ତମାନରେ କିଏ ସରକାର ଚଳାଇବ ଓ କିଏ ଦଳ ଚଲାଇବ ତାହା ମୁଁ ଇଚ୍ଛାପତ୍ରରେ ଉଲ୍ଲେଖ କରିଛି ।’

ସମ୍ବନ୍ଧିତ ଖବର