ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ, ପ୍ରଚଣ୍ଡ ବାଗ୍ମୀ, କବି, ତଥା ଭାରତର ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତୈଳଚିତ୍ର ଆଜି ସଂସଦର କେନ୍ଦ୍ରୀୟ ହଲରେ ସ୍ଥାପନା କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ସେଣ୍ଟ୍ରାଲ ହଲରେ ସ୍ୱର୍ଗତ ବାଜପେୟୀଙ୍କ ଏହି ତୈଳଚିତ୍ରକୁ ଅନାବରଣ କରିବା ସହିତ ଏହି ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଜଳି ଜଣାଇଛନ୍ତି।
Delhi: A portrait of former Prime Minister Atal Bihari Vajpayee unveiled at the Central Hall of Parliament by President Ram Nath Kovind. pic.twitter.com/kKsFn8e2RP
— ANI (@ANI) February 12, 2019
ସୂଚନାଯୋଗ୍ୟ ଯେ ଜନସଂଘରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ଅଟଳ ବିହାରୀ ବାଜପେୟୀ ଦୁଇ ସଦସ୍ୟ ବିଶିଷ୍ଟ ଭାରତୀୟ ଜନତା ପାର୍ଟିର ନେତୃତ୍ୱ ନେଇ ଦୀର୍ଘ ୪ ଦଶନ୍ଧୀ ପରେ ୨୦୦୦ ମସିହା ନିର୍ବାଚନରେ ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ଭାବେ କେନ୍ଦ୍ରରେ ସରକାର ଗଠନ କରାଇବା ସହିତ ଏହାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥଲେ।
PM Narendra Modi on unveiling of the portrait of late PM Atal Bihari Vajpayee in Parliament: Atal Ji had a long political career, a large part of that career was spent in opposition. Yet, he continued raising issues of public interest and never ever deviated from his ideology. pic.twitter.com/uQGFBcwTMJ
— ANI (@ANI) February 12, 2019
୧୦ ଥର ଲୋକସଭାକୁ ଓ ୨ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଭାରତର ଏହି ବରଣ୍ୟ ସନ୍ତାନ ତଥା ବିଶିଷ୍ଟ ରାଜନେତା ୧୯୨୪ ମସିହା ଡିସେମ୍ବର ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଓ ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।