ଶ୍ରୀନଗର: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଫେରାଇବା ପାଇଁ ଦାବିରେ ଆଜି ଜମ୍ମୁ କଶ୍ମୀର ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ବାଚନିକ ଭୋଟ୍ ଦ୍ବାରା ଆଜି ବିଧାନସଭାରେ ଧାରା ୩୭୦ ଫେରାଇବାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଏଥି ସହ କେନ୍ଦ୍ର ସରକାର ଏନେଇ ନିର୍ବାଚିତ ପ୍ରତିନିଧିଙ୍କ ସହ କଥା ହେବାପାଇଁ ମଧ୍ୟ ଏହି ପ୍ରସ୍ତାବରେ କୁହାଯାଇଛି। ନିର୍ବାଚନ ଇସ୍ତାହାରରେ ଜମ୍ମୁ କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଫେରାଇ ଦେବାପାଇଁ ଏନ୍ସି ଦଳ ପ୍ରତିଶ୍ରୁତି ଦେଇଥିଲା। ଆଜି ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ସିଂହ ଚୌଧାରୀ ଏହି ପ୍ରସ୍ତାବ ଆଗତ କରିଥିଲେ। ବିଜେପି ବିଧାୟକମାନେ ଏହି ପ୍ରସ୍ତାବକୁ ବିରୋଧ କରିବା ସହ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବିଜେପି ବିଧାୟକମାନେ ‘ନ୍ୟାସନାଲ କନଫରେନ୍ସ ସରମ କରୋ’, ‘ପାକିସ୍ତାନୀ ଏଜେଣ୍ଡା ନେହିଁ ଚଲେଗା’ ଏବଂ ‘ଜୟ ଶ୍ରୀରାମ’ ସ୍ଲୋଗାନ୍ ଦେଇଥିଲେ। ଏହାପରେ ବାଚସ୍ପତି ଗୃହ ମୁଲତବୀ ରଖିଥିଲେ।
ଧାରା ୩୭୦ ଫେରାଇବାପାଇଁ ଜମ୍ମୁ କଶ୍ମୀର ବିଧାନସଭାରେ ପ୍ରସ୍ତାବ ଗୃହୀତ: ବିଜେପି କହିଲା ‘ପାକିସ୍ତାନୀ ଏଜେଣ୍ଡା’ ଚାଲିପାରିବନି
ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଫେରାଇବା ପାଇଁ ଦାବିରେ ଆଜି ଜମ୍ମୁ କଶ୍ମୀର ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ବାଚନିକ ଭୋଟ୍ ଦ୍ବାରା ଆଜି ବିଧାନସଭାରେ ଧାରା ୩୭୦ ଫେରାଇବାଇଁ ପ୍ରସ୍ତାବ ଗୃହୀତ ହୋଇଛି।
/sambad/media/media_files/2024/11/07/rGv600dmnBMlB3UPyO2j.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)