ଗୁଟ୍‌ଖା ଖାଇବା ଅଭ୍ୟାସକୁ ପରିବର୍ତ୍ତନ ନ କରିବାରୁ ବିବାହର ୧୫ ଦିନ ପରେ ସ୍ୱାମୀକୁ ଛାଡ଼ି ବାପା ଘରକୁ ପଳାଇଗଲେ ନବବଧୂ

ପ୍ରତାପଗଡ଼: ଉତ୍ତରପ୍ରଦେଶର ପ୍ରତାପଗଡ଼ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଗୁଟ୍‌ଖା ଖାଇବା ଅଭ୍ୟାସ ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି । ପାନ-ମସଲା ଏବଂ ଗୁଟ୍‌ଖା ଖାଇବା ଯୋଗୁଁ ବିବାହର ୧୫ ଦିନରେ ତାଙ୍କ ସ୍ତ୍ରୀ ସଂପର୍କ ଭାଙ୍ଗି ବାପା ଘରକୁ ଚାଲି ଯାଇଥିବା ଜଣାପଡ଼ିଛି । ନବବଧୂ ଜଣକ ସ୍ୱାମୀଙ୍କ ଗୁଟ୍‌ଖା ଅଭ୍ୟାସରେ ବିରକ୍ତି ହେବା ସହ ପାଟିରୁ ଅଧିକ ମାତ୍ରାରେ ଦୁର୍ଗନ୍ଧ ବାହାରୁଥିବାର ଏହି ଅଭ୍ୟାସକୁ ବଦଳାଇବା ପାଇଁ କହିଥିଲେ । କିନ୍ତୁ ସ୍ୱାମୀ ତାଙ୍କ କଥା ନ ଶୁଣିବାରୁ ମହିଳାଜଣକ ଏପରି ପଦକ୍ଷେପ ନେଇଥିବା ବେଳେ ବର୍ତ୍ତମାନ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି ।

download

ସୂଚନା ଅନୁଯାୟୀ , ୧୫ ଦିନ ପୂର୍ବେ ଦୁହିଁଙ୍କ ବିବାହ ହୋଇଥିବା ବେଳେ ପରେ ସବୁ କିଛି ଠିକ୍‌ ରହିଥିଲା । ବିବାହ ପରେ ନବବଧୂ ଦେଖିବାକୁ ପାଇଲେ କି ତାଙ୍କ ସ୍ୱାମୀ ସବୁବେଳେ ପାଟିରେ ପାନମସଲା କିମ୍ବା ଗୁଟ୍‌ଖା ଚୋବାଇ ଖାଉଛନ୍ତି । ଏହାକୁ କିିଛି ଦିନ ଅଣଦେଖା କରିବା ପରେ ମଧ୍ୟ ସେ ଦେଖିବାକୁ ପାଇଲେ ତାଙ୍କ ସ୍ୱାମୀଙ୍କ ଏହି ଅଭ୍ୟାସରେ କୌଣସି ପରିବର୍ତ୍ତନ ହେଉ ନାହିଁ। ଯାହାପରେ ସେ ତାଙ୍କ ସ୍ୱାମୀଙ୍କୁ ଗୁଟ୍‌ଖା ଖାଇବା ଅଭ୍ୟାସକୁ ବଦଳାଇବା ପାଇଁ କହିଥିଲେ । କିନ୍ତୁ ବ୍ୟକ୍ତି ଜଣକ ସ୍ତ୍ରୀର କଥାକୁ ନ ଶୁଣିବା ସହ ତାଙ୍କୁ ମାର୍‌ପିଟ୍‌ କରିଥିଲେ ।ମାର୍‌ପିଟ୍‌ ଘଟଣା ସମ୍ନାକୁ ଆସିବାରୁ ନବବଧୂର ପରିବାର ଲୋକେ ଝିଅର ଶାଶୂଘରେ ପହଞ୍ଚିଥିଲେ । ପରିବାର ଲୋକେ ପହଞ୍ଚିବା ପରେ ସେଠାରେ ନବବଧୂ ଜଣଙ୍କ ନିଜର ବିବାହ ଭାଙ୍ଗିବା ପାଇଁ କହିଥିଲେ । ଏହି କଥା ଶୁଣିବା ପରେ ଉଭୟ ପରିବାରର ସଦସ୍ୟ ଆଶ୍ଚର୍ଯ୍ୟ ହୋଇ ଯିବା ସହ ନବବଧୂଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ପରିବାର ଲୋକ ଅନେକ ବୁଝାଇବା ପରେ ମଧ୍ୟ ନବବଧୂ ନିଜର ମତ ପରିବର୍ତ୍ତନ ନ କରି ୧୫ ଦିନର ବିବାହକୁ ଭାଙ୍ଗି ତାଙ୍କ ବାପା ଘରକୁ ଚାଲି ଯାଇଥିଲେ ।

ସମ୍ବନ୍ଧିତ ଖବର