କାନାଡ଼ାରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ ଲହରୀ, ୪ ଦିନରେ ୨୦୦ରୁ ଅଧିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କାନାଡ଼ା ଏବେ ଭୟାନକ ଗ୍ରୀଷ୍ମଲହରୀକୁ ସାମ୍ନା କରୁଛି। ଲଗାତାର ୪ ଦିନ ଧରି କାନାଡ଼ାରେ ତାପମାତ୍ରା ୪୯ ଡିଗ୍ରି ଉପରେ ରହୁଛି। ଏଥିଯୋଗୁଁ ବ୍ରିଟିଶ କଲମ୍ବିଆର ପଶ୍ଚିମ ଉପକୂଳ ପ୍ରଦେଶରେ ୨୩୩ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକା ପ୍ରଶାନ୍ତ ଉତ୍ତରପଶ୍ଚିମ ପର୍ଯ୍ୟନ୍ତ ଏହି ଗ୍ରୀଷ୍ମ ଲହରୀ ବ୍ୟାପିଛି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। କାନାଡ଼ା ପରିବେଶ ବିଭାଗ ପକ୍ଷରୁ ବ୍ରିଟିଶ୍‌ କଲମ୍ବିଆ, ଆଲବର୍ଟା, ସସ୍‌କାଚେୱାନ୍‌, ମଣିଟୋବା, ୟୁକୋନ୍‌ ଏବଂ ଉତ୍ତରପଶ୍ଚିମ ଅଞ୍ଚଳର କିଛି ଅଂଶରେ ଆଲର୍ଟ ଜାରି କରିଛନ୍ତି।

ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ଏହି ବିପଜ୍ଜନକ ଗ୍ରୀଷ୍ମଲହରୀ ଜାରି ରହିବ ବୋଲି କୁହାଯାଉଛି। କାନାଡ଼ାରେ ଲଗାତାର ୩ ଦିଦ ଧରି ତାପମାତ୍ର ୪୯ ଡିଗ୍ରିରୁ ଅଧିକ ରହୁଛି। ମଙ୍ଗଳବାର କାନାଡ଼ାର ଲିଟନ୍‌, ବ୍ରିଟିଶ କଲମ୍ବିଆରେ ତାପମାତ୍ରା ୪୯.୫ ଡିଗ୍ରି ଥିଲା। ଗ୍ରୀଷ୍ମ ଲହରୀ ଯୋଗୁଁ ଅଧିକାଂଶ ସ୍ଥାନରେ ସ୍କୁଲ୍‌ ଏବଂ କୋଭିଡ୍‌ ଟିକାକରଣ କେନ୍ଦ୍ର ବନ୍ଦ ରହିଛି। ଭାନ୍‌କୋଭର ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ଜଟିଳ। ଏଭଳି ସ୍ଥିତି ପୂର୍ବରୁ କେବେ ବି ଉପୁଜିନଥିଲା। ବୟସ୍କ, ଶିଶୁ ଏବଂ କ୍ରୋନିକ୍‌ ସ୍ବାସ୍ଥ୍ୟ ସମସ୍ୟା ଥିବା ଶିଶୁମାନେ ଗ୍ରୀଷ୍ମ ଲହରୀ ଯୋଗୁଁ ପ୍ରାଣ ହାରୁଛନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର