ଫଟୋ ଉଠାଇବାର ନିଶା ପାଇଁ ଏଭଳି କଲେ ଯୁବକ, ଭାଇରାଲ ହେବାରେ ଲାଗିଛି ଫଟୋ

ନୂଆଦିଲ୍ଲୀ: ସାଉଦି ଆରବରେ ଜଣେ ବ୍ୟକ୍ତି କରିଥିବା କାମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ସବୁଠାରୁ ଭିନ୍ନ ଫଟୋ ଉଠାଇବା ପାଇଁ ଯୁବକ ଜଣଙ୍କ ନିଜ ଶରୀରରେ ଲକ୍ଷେ ମହୁମାଛିକୁ ବସାଇବା ପାଇଁ ଭାବିବା ସହ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିବା ଦେଖା ଯାଇଛି । ଲକ୍ଷେ ମହୁମାଛି ସହ ସେ ଉଠାଇଥିବା ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

punjabkesari.in

ଏଭଳି କାମ କରଥିବା ଯୁବକଙ୍କ ନାଁ ଜାହିର ଫନି ବୋଲି ଜଣା ପଡ଼ିଛି । ଏଭଳି ଅଜବ ଫଟୋସୁଟ୍‌ କରାଯାଇଛି ସାଉଦି ଆରବରେ ତାବୁକ ସହରରେ । ମହୁମାଛି ଠାରୁ ବଞ୍ଚିବା ପାଇଁ ସେ ଏକ ପ୍ରକାରର ପୋଷାକ ପିନ୍ଧିଥିଲେ । ଯାହାଦ୍ୱାରା ମହୁମାଛି ଜାହିର୍‌ଙ୍କର କୌଣସି ପ୍ରକାରର କ୍ଷତି କରି ପାରି ନଥିଲେ । ଏକ ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ମହୁମାଛି ଜାହିର୍‌ଙ୍କୁ ଘେରିଯିବା ପରେ ତାଙ୍କର ଫଟୋସୁଟ୍‌ କରାଯାଇଥିଲା ।

ସମ୍ବନ୍ଧିତ ଖବର