ଗୁଲାମ ନବୀ ଆଜାଦଙ୍କୁ ଶକ୍ତ ଝଟ୍‌କା: କଂଗ୍ରେସକୁ ଫେରିଲେ ଅନେକ ବରିଷ୍ଠ ନେତା

ନୂଆଦିଲ୍ଲୀ : ଡିଏପି (ଡିମୋକ୍ରାଟିକ ଆଜାଦ ପାର୍ଟି) ମୁଖ୍ୟ ଗୁଲାମ ନବୀ ଆଜାଦଙ୍କୁ ଶକ୍ତ ଝଟ୍‌କା ଲାଗିଛି। ଆଜାଦଙ୍କୁ ସମର୍ଥନ କରି କଂଗ୍ରେସ ଛାଡ଼ିଥିବା ୧୭ ଜଣ ପୂର୍ବତନ ନେତା ଆଜି ପୁଣିଥରେ ଦଳକୁ ଫେରିଛନ୍ତି। ସେମାନଙ୍କୁ ଦଳରେ ସ୍ବାଗତ କରାଯାଇଛି। ସେମାନେ ୨ ମାସ ଛୁଟିରେ ଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ ଏବଂ ପୂର୍ବତନ ପିସିସି ମୁଖ୍ୟ ପୀରଜାଦା ମହମ୍ମଦ ସୟିଦଙ୍କ ସମେତ ମୋଟ୍‌ ୧୭ ଜଣ ବରିଷ୍ଠ‌ ନେତା ଆଜି ଡିଏପି ଛାଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର