ହିମାଚଳରେ କଂଗ୍ରେସକୁ ଶକ୍ତ ଝଟ୍‌କା: ନିର୍ବାଚନର ୪ ଦିନ ପୂର୍ବରୁ ବିଜେପିରେ ଯୋଗ ଦେଲେ ୨୬ ନେତା

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଉ ମ‌ାତ୍ର ୪ ଦିନ ଥିବା ବେଳେ କଂଗ୍ରେସକୁ ଶକ୍ତ ଝଟ୍‌କା ଲାଗିଛି। ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଚିବ ଧର୍ମପାଲ ଠାକୁରଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ‌ସୋମବାର ବିଜେପିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ସୁଧନ ସିଂହଙ୍କ ଉପସ୍ଥିତିରେ ୨୬ ନେତା ବିଜେପିରେ ଯୋଗ ଦେଇଛନ୍ତି।

ବିଜେପିରେ ଯୋଗ ଦେଇଥିବା ପ୍ରମୁଖ କଂଗ୍ରେସ ନେତାମାନେ ହେଲେ ପୂର୍ବତନ କଂଗ୍ରେସ ସାଧାରଣ ସଚିବ ଧର୍ମପାଲ ଠାକୁର, ପୂର୍ବତନ ସଚିବ ଆକାଶ ସାଇନି, ପୂର୍ବତନ କାଉନସିଲର ରଂଜନ ଠାକୁର, ପୂର୍ବତନ ଜିଲ୍ଲା ଉପସଭାପତି ଅମିତ ମେହଟା, ମେହର ସିଂହ କନୱର ଏବଂ ଯୁବ କଂଗ୍ରେସ ନେତା ରାହୁଲ ନେଗୀ । କଂଗ୍ରେସ ଛାଡ଼ିଥିବା ଏହି ନେତା ଓ ସେମାନଙ୍କ ସମର୍ଥକମାନଙ୍କୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର