ଲଣ୍ଡନ: ବ୍ରିଟେନରେ ପ୍ରୀତ୍‌ ଭିକଲ୍‌ ନାମକ ଜଣେ ଭାରତୀୟ ବଂଶୋଦ୍ଭବ ଇଞ୍ଜିନିୟରିଂ ଛାତ୍ର ବ୍ରିଟେନର ଏକ କ୍ଲବରୁ ଜଣେ ନିଶାସକ୍ତ ମହିଳାଙ୍କୁ ଟେକିନେଇ ତାଙ୍କ ଫ୍ଲାଟରେ ଦୁଷ୍କର୍ମ କରିଛି। ଏହା ଜଣାପଡ଼ିବା ପରେ ଅଭିଯୁକ୍ତ ଛାତ୍ରକୁ ୬ ବର୍ଷ ୯ ମାସ ଜେଲଦଣ୍ଡ ହୋଇଛି। ସିସିଟିଭି ଫୁଟେଜରୁ ଜଣାଯାଇଛି, କାର୍ଡିଫ୍‌ ସିଟି ସେଣ୍ଟରଠାରେ ପ୍ରୀତ୍‌ ନିଶାସକ୍ତ ମହିଳାଙ୍କୁ ଦୁଇ ହାତ ଓ କାନ୍ଧରେ ତାଙ୍କ ଫ୍ଲାଟକୁ ଟେକି ନେଇ ଦୁଷ୍କର୍ମ କରିଥିଲା। ଗତ ବର୍ଷ ଜୁନରେ ସେ ଏହି ଅପରାଧ ଭିଆଇଥିଲା। ପ୍ରୀତ୍‌ ଦୁଷ୍କର୍ମ ଅଭିଯୋଗକୁ ସ୍ବୀକାର କରିବା ପରେ ତାକୁ ଯୁବ ଅପରାଧୀ ପ୍ରତିଷ୍ଠାନକୁ ୬ ବର୍ଷ ୯ ମାସ ପାଇଁ ପଠାଇ ଦିଆଯାଇଛି ବୋଲି ସାଉଥ୍ ୱେଲସ ‌ପୁଲିସ ସୂଚନା ଦେଇଛି।

Advertisment

ପ୍ରୀତ୍‌ ଜଣେ ଇଞ୍ଜିନିୟରିଂ ଛାତ୍ର। କାର୍ଡିଫ ସିଟି ସେଣ୍ଟରକୁ ମହିଳା ଜଣକ ତାଙ୍କ ସାଙ୍ଗଙ୍କ ସହିତ ଆସିଥିଲେ। ମହିଳାଜଣକ ଅତ୍ୟଧିକ ନି‌ଶାସେବନ କରିଥିଲେ। ରାତି ଶେଷ ଆଡ଼କୁ ସେ କ୍ଲବ ବାହାରକୁ ଆସିବା ବେଳେ ପ୍ରୀତ୍‌କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଏହାପରେ ସେମାନେ ପବ୍‌ରୁ ପଳାଇଥିଲେ। ମହିଳାଜଣକ ନିଶାସକ୍ତ ଥିବା ଓ ଅନ୍ୟ ସାଙ୍ଗମାନଙ୍କ ଠାରୁ ଅଲଗା ହୋଇଯାଇଥିବାର ସୁଯୋଗ ନେଇ ପ୍ରୀତ୍‌ ସଂପୃକ୍ତ ମହିଳାଙ୍କୁ ତା ଫ୍ଲାଟକୁ ଟେକି ନେଇ ଦୁଷ୍କର୍ମ କରିଥିଲା।