ଅହମଦାବାଦ: ସ୍କୁଲ ଭିତରେ ଛାତ୍ରଙ୍କୁ ଛୁରାମାଡ଼ । ୧୦ମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କୁ ଛୁରାମାଡ଼ କଲା ୮ମ ଶ୍ରେଣୀରେ ପଡୁଥିବା ଛାତ୍ର । ଗତକାଲି ଏହି ଘଟଣା ଘଟିଥିବା ବେଳେ ଆଜି ଛାତ୍ରଙ୍କର ମୃତ୍ୟୁ ହୋଇଛି । ତେବେ ଗୁଜୁରାଟ ଅହମଦାବାଦ ଖୋଖର ସ୍ଥିତ ଏକ ଘରୋଇ ସ୍କୁଲରେ ଗତକାଲି ଏହି ଘଟଣା ଘଟିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ଆଜି ଯେତେବେଳେ ତାଙ୍କର ମୃତ୍ୟୁ ହୋଇଥି ସେତେବେଳେ ଛାତ୍ର ମୃତ୍ୟୁକୁ ନେଇ ସ୍କୁଲରେ ଦେଖାଦେଇଛି ମହାଭାରତ ।
#WATCH | Gujarat: A class 8 student was stabbed and injured by a student of class 10 in Seventh-Day Adventist school, Ahmedabad, yesterday.
— ANI (@ANI) August 20, 2025
Visuals from the school as people, including the injured child's relatives, create ruckus here. pic.twitter.com/A1jHkTcZFd
ମୃତ ଛାତ୍ର ସିନ୍ଧି ସଂପ୍ରଦାୟର ହୋଇଥିବା ବେଳେ ଛୁରୀ ଭୁଷିଥିବା ଛାତ୍ର ଜଣଙ୍କ ମୁସଲିମ୍ ସଂପ୍ରଦାୟର ବୋଲି ସୂଚନା ମିଳିଛି । ଘଟଣା ପରେ ସ୍କୁଲରେ ଅଭିଭାବକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ସ୍କୁଲରେ ହଙ୍ଗାମା କରାଯାଇଥିବା ବେଳେ ସ୍କୁଲରେ ଭଙ୍ଗାରୁଜା ପରିସ୍ଥିତି ଦେଖିବାକୁ ମିଳିଛି ।
#WATCH | Ahmedabad, Gujarat: On the death of a student after being stabbed by another, DCP Crime Branch Sharad Singhal says, "Two students entered into a quarrel yesterday. One of them stabbed the other; he died...People protested outside the school and vandalised here. Police… pic.twitter.com/5aayuekzjI
— ANI (@ANI) August 20, 2025
ସେପଟେ ଘଟଣା ନେଇ କ୍ରାଇମବ୍ରାଞ୍ଜ ଡିସିପି କହିଛନ୍ତି- ଦୁଇ ଛାତ୍ରଙ୍କ ମଧ୍ଯରେ ଗଣ୍ଡଗୋଳରୁ ଛୁରାମାଡ । ଛାତ୍ରଙ୍କ ମୃତ୍ୟୁ ପରେ ଉତ୍ତେଜନା ସୃଷ୍ଟି ହୋଇଛି । ପୋଲିସ ଛାଉଣୀରେ ପୂରା ସ୍କୁଲ ରହିଥିବା ବେଳେ ଆଜି ସଂଧ୍ୟାରେ ମୃତ ଛାତ୍ରଙ୍କର ଅନ୍ତିମ ସଂସ୍କାର କରାଯିବ ।
ଅନ୍ୟପଟେ ଜଣେ ଜଣେ ଅଭିଭାବକ କହିଛନ୍ତି- ମୋର ଦୁଇ ଝିଅ ଏହି ସ୍କୁଲରେ ପଢୁଛନ୍ତି। ଏ ଘଟଣା କେବଳ ଆଜିର ନୁହେଁ, ଗତ ଦୁଇ ବର୍ଷ ଧରି ଏପରି ଘଟଣା ସାମ୍ନାକୁ ଆସୁଛି। ମୁଁ ଦୁଇଥର ଅଭିଯୋଗ କରିସାରିଲିଣି । ସ୍କୁଲ ବସରେ ପୁଅମାନେ ଅଶ୍ଳୀଳ ଭାଷାରେ କଥା ହୁଅନ୍ତି । ଝିଅମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରନ୍ତି । ସେମାନଙ୍କୁ ଦୁଷ୍କର୍ମ ମଧ୍ୟ କରାଯାଏ ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।
#WATCH | Poonam says, "Two of my daughters study in this school. This is not just today's incident. For the past two years, such incidents have been coming to light. I have complained twice. Boys speak indecent language on the school bus. Girls are shown the middle finger; they… https://t.co/TubNMPOr1ipic.twitter.com/AYLyAtkYld
— ANI (@ANI) August 20, 2025
ଖାଲି କଣ ସେତିକି ସେମାନଙ୍କ ବ୍ୟାଗରୁ ଛୁରୀ ଏବଂ ମୋବାଇଲ୍ ଫୋନ୍ ମିଳିଥାଏ। କିଛି ଦିନ ତଳେ କମ୍ପ୍ୟୁଟର ରୁମ୍ରେ ଜଣେ ପୁଅ ପର୍ଣ୍ଣ ସାଇଟ୍ ଦେଖୁଥିବା ବେଳେ ଧରାପଡ଼ିଥିଲା। ଏଠାର କର୍ତ୍ତୃପକ୍ଷ କ'ଣ କରୁଛି ?...ମୁଁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲି କିନ୍ତୁ ସେମାନେ ଏହାକୁ ହାଲୁକା ଭାବରେ ନେଉଛନ୍ତି ।