ରାମମନ୍ଦିର ନିର୍ମାଣ ପାଇଁ ୨୧୦୦ କୋଟି ଟଙ୍କା ସଂଗ୍ରହ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟା ସହରରେ ପ୍ରସ୍ତାବିତ ଭବ୍ୟ ଶ୍ରୀରାମମନ୍ଦିର ପାଇଁ ୨,୧୦୦ କୋଟି ଟଙ୍କା ସଂଗୃହୀତ ହୋଇଛି। ଏଥି ସହିତ ଗତ ୪୪ ଦିନ ଧରି ଚାଲିଥିବା ଏହି ପାଣ୍ଠି ସଂଗ୍ରହ ଅଭିଯାନ ଗତ ଶନିବାର ଶେଷ ହୋଇଛି ବୋଲି ମନ୍ଦିର ନିର୍ମାଣର ଦାୟିତ୍ବ ନେଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ସୂଚନା ଥାଉ କି, ଗତ ଜାନୁଆରି ୧୫ ତାରିଖରେ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହେବା ପୂର୍ବରୁ ଶ୍ରଦ୍ଧାଳୁମାନଙ୍କ ଠାରୁ ୧,୧୦୦ କୋଟି ଟଙ୍କା ସଂଗୃହୀତ ହେବ ବୋଲି ଆକଳନ କରାଯାଇଥିଲା।

ସମ୍ବନ୍ଧିତ ଖବର