ନୂଆଦିଲ୍ଲୀ: ଅସୁସ୍ଥତା ଛୁଟି, ବୁଲାବୁଲି ଛୁଟି ଓ ସମ୍ମିଳନୀରେ ଯୋଗ ଦେବା ପାଇଁ ଛୁଟି ନେଇ ଦୀର୍ଘ ୨୦ ବର୍ଷ ହେବ ଚାକିରିକୁ ଆସୁ ନ ଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ଇଟାଲିର ସବୁଠୁ ମନ୍ଦ କର୍ମଚାରୀ ଆଖ୍ୟା ଦିଆଯାଇ ବହିଷ୍କାର କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ସାହିତ୍ୟ ଓ ଦର୍ଶନ ପଢ଼ାଇବା ଲାଗି ଭେନିସ୍ ନିକଟସ୍ଥ ଏକ ସ୍କୁଲ୍ରେ ନିଯୁକ୍ତି ପାଇଥିବା ଚିନ୍ଜିଓ ପାଓଲିନା ଡି’ଲିଓ ନାମ୍ନୀ ଉକ୍ତ ଶିକ୍ଷୟିତ୍ରୀ ଚାକିରିକାଳର ୨୪ ବର୍ଷ ଭିତରେ ମାତ୍ର ୪ ବର୍ଷ ସ୍କୁଲ୍ରେ ଦେଖାଦେଇଥିଲେ। ଶେଷରେ ଜୁନ୍ ୨୨ ତାରିଖ ଦିନ ସମ୍ପ୍ରତି ୫୬ ବର୍ଷ ହୋଇଥିବା ଉକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
/sambad/media/post_attachments/c6bcc82c9771a24646930598f90ae5d95b5e5eb9a8e52a6c5bc9fdddcf191936.jpg)
ଚାକିରି କାଳରେ କଦବା କେମିତି ପଢ଼ାଇବାକୁ ଯାଇ ଡ’ଲିଓ ମୌଖିକ ପରୀକ୍ଷା କଲେ ଛାତ୍ରଛାତ୍ରୀମାନେ ଧର୍ମଘଟ କରନ୍ତି। କାରଣ ସେ ସାଥିରେ ଖଣ୍ଡେ ପାଠ୍ୟ ପୁସ୍ତକ ବି ନିଅନ୍ତି ନାହିଁ ଏବଂ ପିଲାମାନଙ୍କୁ ମନଇଚ୍ଛା ଗ୍ରେଡ୍ ଦିଅନ୍ତି। ପରିଶେଷରେ ତାଙ୍କର କାର୍ଯ୍ୟକଳାପ ସ୍କୁଲ୍ ଇନ୍ସ୍ପେକ୍ଟର୍ମାନଙ୍କ ଦୃଷ୍ଟିରେ ପଡ଼ିଲା। ସେମାନେ ତାଙ୍କ ପାଠପଢ଼ାକୁ ବିଭ୍ରାନ୍ତ କହି ସ୍କୁଲ୍ରୁ ବହିଷ୍କାର କଲେ।
/sambad/media/post_attachments/wp-content/uploads/2023/06/d-leo.jpg)
ଫଳରେ ସେ ଇଟାଲିର ସୁପ୍ରିମ୍ କୋର୍ଟରେ ଆବେଦନ କଲେ। ତାଙ୍କୁ ପୁଣି ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଦେବା ପାଇଁ ଅଦାଲତ ରାୟ ମଧ୍ୟ ଦେଇଥିଲେ। କିନ୍ତୁ, ୨୪ ବର୍ଷ ମଧ୍ୟରେ ମାତ୍ର ୪ ବର୍ଷ ସ୍କୁଲ୍କୁ ଯାଇଛନ୍ତି ବୋଲି ଜାଣିବା ପରେ ତିନିଟି ବିଷୟରେ ଡିଗ୍ରି ହାସଲ କରିଥିବା ଡି’ଲିଓଙ୍କୁ ଇଟାଲିର ସୁପ୍ରିମ୍ କୋର୍ଟ ଚାକିରି ଲାଗି ‘ଚରିକାଳ ଓ ସମ୍ପୂର୍ଣ୍ଣ ଅନୁପଯୁକ୍ତ’ ବୋଲି କହିଛନ୍ତି।