ନୂଆଦିଲ୍ଲୀ: ଝାନ୍ସି ମେଡିକାଲ କଲେଜର ଶିଶୁ ୱାର୍ଡରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଆହତ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ଝାନ୍ସି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଶିଶୁ ୱାର୍ଡକୁ ପ୍ରଭାବିତ କରିଥିଲା, ଯେଉଁଠାରେ ପ୍ରାୟ ୫୪ ଶିଶୁ ଏବଂ ନବଜାତ ଶିଶୁ ଭର୍ତ୍ତି ହୋଇଥିଲେ। ଝାନ୍ସି ଜିଲ୍ଲାର ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ୩୭ ଶିଶୁଙ୍କୁ ସ୍ଥାନାନ୍ତର କରାଯାଇଛି। ଅଧିକାରିଙ୍କ ସୂଚନା ଅନୁଯାଇ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ ଜଣା ପଡୁଛି ।
ଝାନ୍ସି ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ମୃତ, ୧୭ ଆହତ
ଝାନ୍ସି ମେଡିକାଲ କଲେଜର ଶିଶୁ ୱାର୍ଡରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଆହତ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ଝାନ୍ସି ମେଡିକାଲ...
/sambad/media/media_files/2024/11/16/YpM5NeMtGKbKHfMHAPM4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)