ଦୈବୀ କୋପ ? ମନ୍ଦିରରୁ ଚୋରି କରିବାକୁ ଯାଇ ଫସିଗଲା ଚୋର (ଭିଡିଓ ଦେଖନ୍ତୁ)

ଶ୍ରୀକାକୁଲମ : ଚୋରି କରିବାକୁ ମନ୍ଦିର କାନ୍ଥ କଣା କରି ପଶିଥିଲା ଚୋର । କିନ୍ତୁ ତୁରନ୍ତ ନିଜର କର୍ମଫଳ ପାଇଗଲା । ନିଜେ ଖୋଳିଥିବା  କଣାରେ ନିଜେ ଫସିଗଲା, ଆଉ ବାହାରି ପାରିଲାନି । ଏପରି ରୋଚକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଜାଡିମୁଡି ଗାଁରେ ।

ମିଳିଥିବା ସୂଚନା ଅନୁସାରେ ଜାଡିମୁଡି ଗାଁର ଯାମି ୟେଲ୍ଲମ୍ମା ଦେବୀ ମନ୍ଦିରରେ ଚୋରି କରିବାକୁ ପାପାରାଓ ନାମକ ଚୋର ରାତିରେ କାନ୍ଥରେ ଏକ କଣା କରି ଭିତରେ ପଶିଯାଇଥିଲା । ମନ୍ଦିରରେ ଥିବା ଦେବୀ ପ୍ରତିମାଙ୍କ ରୁପା ଅଳଙ୍କାର ଚୋରି କରି ପୁଣି ସେହି କଣା ବାଟଦେଇ ବାହାରୁ ଥିବାବେଳେ ଅଟକି ଯାଇଥିଲା । ନା ଆଗକୁ ଯାଇପାରିଲା, ନାଁ ପଛକୁ ଫେରିପାରିଲା । ଏହିପରି ଭାବେ ସେ ଯେତେ ଚେଷ୍ଟା କଲେ ବି ବାହାରି ପାରିଲା ନାହିଁ । ଇତି ମଧ୍ୟରେ ସକାଳ ପାହିଗଲା ଓ ଲୋକମାନଙ୍କ ହାତରେ ଧରା ପଡ଼ିଗଲା । ଲୋକମାନେ ତାକୁ ଉତ୍ତମ ମଧ୍ୟମ ଦେବା ସହ ପୁଲିସ ହାତରେ ଦେଇଛନ୍ତି । ତା ନିକଟରୁ ୯ ଗ୍ରାମର ରୁପା ଜବତ ହୋଇଛି ।

ତେବେ ସେ ଦେବୀ ପ୍ରତିମାଙ୍କ ପ୍ରାୟ ୨୦ ଗ୍ରାମର ସୁନା ଚୋରି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଅଂଚଳରେ ସେ ପୂର୍ବରୁ ବି ଅନେକ ଥର ଚୋରି କରିଥିଲା ବୋଲି ପୁଲିସ କହିଛନ୍ତି । ସେ ଏବେ ପୁଲିସ ହାଜତରେ ରହିଛି ।

 

ସମ୍ବନ୍ଧିତ ଖବର