ତିନି ମାସରେ ସରିବ ‘ଜାଇକୋଭ୍-ଡି’ ଟିକାର ନୈଦାନିକ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଔଷଧ ନିର୍ମାତା କମ୍ପାନି ଜାଇଡସ୍‌ କାଡିଲା ପକ୍ଷରୁ ବିକଶିତ ଜାଇକୋଭ୍–ଡି ନାମକ ଦେଶର ପ୍ରଥମ କୋଭିଡ୍ ଟିକାର ମନୁଷ୍ୟ ଶରୀରରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆଗାମୀ ତିନି ମାସ ଭିତରେ ସାରିବାକୁ ହେବ ବୋଲି କମ୍ପାନିର ଅଧ୍ୟକ୍ଷ ପଙ୍କଜ ପଟେଲ ଆଶା ବ୍ୟକ୍ତ କରିଛନ୍ତି।

ଗତ ଗୁରୁବାର ହିଁ କେନ୍ଦ୍ରୀୟ ଭେଷଜ ମାନକ ନିୟନ୍ତ୍ରଣ ସଂସ୍ଥା(ସିଡିଏସ୍‌ସିଓ) ଉକ୍ତ ଟିକାର ନୈଦାନିକ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି। ତେବେ ଚଳିତ ମାସରେ ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଦେଶର ବିଭିନ୍ନ ସ୍ଥାନରେ ହଜାରେରୁ ଅଧିକ ସଂଖ୍ୟକ ରୋଗୀ(ସ୍ବଚ୍ଛାସେବୀ) ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଗତ ମାର୍ଚ୍ଚ ମାସରେ ଏହି ଟିକାର ବିକାଶ ଆରମ୍ଭ କରାଯାଇଥିବା ବେଳେ କିଛି ଦିନ ତଳେ ମୂଷା, ଠେକୁଆ ଓ ଘୁଷୁରୀ ପରି ପଶୁଙ୍କ ଶରୀରରେ ଏହାର ନିରାପତ୍ତା ଏବଂ ଫଳପ୍ରଦତା ପରୀକ୍ଷିତ ହୋଇସାରିଛିା ପରେ ଠେକୁଆ ଠାରୁ ସଂଗୃହୀତ ରକ୍ତମସ୍ତୁ(ସିରମ୍)ର କରୋନାଭୂତାଣୁ ପ୍ରତିିରୋଧ କ୍ଷମତା ମଧ୍ୟ ଯାଞ୍ଚ‌ କରାଯାଇଥିଲାା

ଏହା ପରେ ପ୍ରାକ୍ ନୈଦାନିକ ପରୀକ୍ଷଣ ସ୍ବରୂପ ୨୮ ଦିନ ଧରି ଦୁଇ ପ୍ରକାର ପ୍ରଜାତିଙ୍କ ଠାରେ ଉକ୍ତ ଟିକାର ବିଷକ୍ରିୟା ପରୀକ୍ଷା କରାଯାଇଥିଲା। ଏହି ସବୁ ପରୀକ୍ଷାନିରୀକ୍ଷାରୁ ମିଳିଥିବା ଆଶାନୁରୂପ ଫଳାଫଳକୁ ଭିତ୍ତି କରି ମନୁଷ୍ୟ ଶରୀରରେ ଏହାର ନୈଦାନିକ ପରୀକ୍ଷଣ ପାଇଁ କମ୍ପାନି ଭିତ୍ତିଭୂମି ପ୍ରସ୍ତୁତ କରୁଛି ବୋଲି ପଙ୍କଜ ସୂଚନା ଦେଇଛନ୍ତିା

ସମ୍ବନ୍ଧିତ ଖବର