ମୁମ୍ବାଇ: ମହାରାଷ୍ଟ୍ରର ଜାଲନା ସହରରେ ଏକ କ୍ରିକେଟ ମ୍ୟାଚ ଚାଲିଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି । ବ୍ୟାଟିଂ କରୁଥିବା ସମୟରେ ଜଣେ ବ୍ୟାଟ୍ସମ୍ୟାନଙ୍କ ଜୀବନ ଚାଲିଯାଇଛି ।
ସୂଚନା ଅନୁସାରେ, ଜାଲନାର ଫ୍ରେଜର ବଏଜ୍ ଗ୍ରାଉଣ୍ଡରେ ଖ୍ରୀଷ୍ଟମାସ ପାଳନ ପାଇଁ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ଏହି ସମୟରେ ଜଣେ ବ୍ୟାଟ୍ସମ୍ୟାନ ଏକ ଫୁଲଟସ ବଲରେ ଛକା ମାରିବା ପରେ ହଠାତ୍ ତଳେ ପଡ଼ି ଯାଇଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାର ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ କ୍ରିକେଟର ଜଣକ ନାଲାସୋପାରାର ବାସିନ୍ଦା ବିଜୟ ପଟେଲ ବୋଲି ଜଣାପଡ଼ିଛି। ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାପଡ଼ିଛି ।
ଜାଲନାର ଫ୍ରେଜର ବଏଜ୍ ଗ୍ରାଉଣ୍ଡରେ ଖ୍ରୀଷ୍ଟମାସ ପାଳନ ପାଇଁ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ଏହି ସମୟରେ ଜଣେ ବ୍ୟାଟ୍ସମ୍ୟାନ ଏକ ଫୁଲଟସ ବଲରେ ଛକା ମାରିବା ପରେ ହଠାତ୍ ତଳେ ପଡ଼ି ଯାଇଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଫ୍ରେଜର ବଏଜ୍ ଗ୍ରାଉଣ୍ଡରେ ଆୟୋଜିତ କ୍ରିକେଟ ପ୍ରତିଯୋଗିତାରେ ୩୨ ବର୍ଷୀୟ ବିଜୟ ପଟେଲ ମଧ୍ୟ ଭାଗ ନେଇଥିଲେ। ଘଟଣା ସମୟରେ ସେ ବ୍ୟାଟିଂ କରୁଥିଲେ। ଏହି ସମୟରେ ଫୁଲଟସ୍ ବଲ୍ ଆସିବା ପରେ ସେ ଛକା ମାରିଥିଲେ। ବଲଟି ଆକାଶରେ ଥିବାବେଳେ ବିଜୟ ହଠାତ ତଳେ ପଡ଼ିଯାଇଥିଲା। ତାଙ୍କୁ ପଡ଼ିଥିବା ଦେଖି ଅନ୍ୟ ଖେଳାଳିମାନେ ଦୌଡ଼ି ଆସି ତାଙ୍କୁ ଡାକ୍ତରଖାନା ନେଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ତାହା ଜଣାପଡ଼ିନାହିଁ । ପୋଷ୍ଟମର୍ଟମ ରିପୋରିଟ ଆସିବା ପରେ ତାହା ସ୍ପଷ୍ଟ ହେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)