ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କହିଛନ୍ତି ଯେ ଭାରତ ପାକିସ୍ତାନ ଉପରେ ନଜର ରଖିଛି ଏବଂ ପରବର୍ତ୍ତୀ ଦଣ୍ଡମୂଳକ ପଦକ୍ଷେପ ଏହାର ଆଚରଣ ଉପରେ ନିର୍ଭର କରିବ।  ‘ଆମେ ପାକିସ୍ତାନକୁ ପ୍ରୋବେସନରେ ରଖିଛୁ। ଯଦି ସେମାନଙ୍କ ଆଚରଣରେ ପରିବର୍ତ୍ତନ ନ ଆସେ ତେବେ କଠୋରତମ ଦଣ୍ଡ ଦିଆଯିବ’ ବୋଲି   ବାୟୁସେନା ଯୋଦ୍ଧାଙ୍କ ସହ କଥାବାର୍ତ୍ତା ବେଳେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

Advertisment

‘ଅପରେସନ ସିନ୍ଦୂର’ର ସଫଳତାରେ ଭାରତୀୟ ସଶସ୍ତ୍ର ବାହିନୀର ଭୂମିକାକୁ ପ୍ରଶଂସା କରିବା ସହ ସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କୀ ଆଶ୍ରୟସ୍ଥଳୀକୁ ଟାର୍ଗେଟ୍ କରି ଯେଉଁ ଆକ୍ରମଣ କରିଥିଲା ତାହା କେବଳ ଏକ ଟ୍ରେଲର ଥିଲା। ଠିକ୍ ସମୟ ଆସିଲେ ଆମେ ପୂରା ଫିଲ୍ମ ବିଶ୍ୱକୁ ଦେଖାଇବୁ ବୋଲି ରାଜନାଥ କହିଛନ୍ତି।