ମୁମ୍ବାଇ: ଟ୍ରେନ୍ ଟ୍ରାକରେ ବଡ ଦୁର୍ଘଟଣା । ରେଳଧାରଣା ଉପରେ ଧକ୍କା ହେଲା ଟ୍ରକ୍ ଓ ଟ୍ରେନ୍ । ଏକ୍ସପ୍ରେସ ସହ ଟ୍ରକର ଭୟଙ୍କର ଦୁର୍ଘଟଣା । ମୁମ୍ବାଇ-ଅମରାବତୀ ଏକ୍ସପ୍ରେସ ସହ ପିଟିହେଲା ଏକ ଟ୍ରକ୍ । ମହାରାଷ୍ଟ୍ର ବୋଦୱଡ୍ ରେଳ ଷ୍ଟେସନ ନିକଟ ରେଲୱେ କ୍ରସିଂରେ ଦୁର୍ଘଟଣା ।
#WATCH | Maharashtra: A truck collided with Mumbai-Amravati Express at Bodwad Railway station between Bhusawal and Badnera sections of the Bhusawal division. The incident occurred when the truck crossed a closed railway crossing. There is no injury to the truck driver or any… pic.twitter.com/WLE1YCN6I4
— ANI (@ANI) March 14, 2025
ତେବେ ସୂଚନା ମୁତାବକ, ଟ୍ରକଟି ରେଲୱେ କ୍ରସିଂରେ ପାରି ହେବା ବେଳେ ଦୂରରୁ ଆସୁଥିବା ମୁମ୍ବାଇ-ଅମରାବତୀ ଏକ୍ସପ୍ରେସ ସହ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଭୟଙ୍କର ଥିବା ବେଳେ ଟ୍ରକ୍ ପୂରା ଖଣ୍ଡ ଖଣ୍ଡ ହୋଇଯାଇଛି । ମାତ୍ର କାହାରି କିଛି କ୍ଷତି ହୋଇନି । ଟ୍ରକ୍ ଚାଳକ ସୁରକ୍ଷିତ ଥିବା ବେଳେ ଟ୍ରେନ୍ ଯାତ୍ରୀ ମଧ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି । ସକାଳେ ସକାଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ଟ୍ରାକକୁ ସଫା କରି ଦିଆଯାଇଛି