ତାଇପେଇ: ତାଇୱାନରେ ତାଣ୍ଡବ ରଚିଛି ବାତ୍ୟା କଙ୍ଗ-ରେ। ଗୁରୁବାର ସାମୁଦ୍ରିକ ଝଡ ତାଇୱାନ ପୂର୍ବ ଉପକୂଳରେ ମାଡ଼ ହେବା ପରେ ବ୍ୟାପକ କ୍ଷୟକ୍ଷତି କରିଛି। ଭୀଷଣ ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ଅଂଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଛି। ତଳିଆ ଅଂଚଳରେ ପାଣି ମାଡ଼ିଯିବାରୁ ଲୋକମାନେ ଜଳବନ୍ଦୀ ହୋଇପଡିଛନ୍ତି। ବହୁ ଅଂଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରଭାବିତ ଅଂଚଳରୁ ୧୦ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳୀ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପ୍ରଭାବରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଆହତ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବାତ୍ୟା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ସେ ଏକ ଗାଡ଼ିରେ ଯାଉଥିବା ବେଳେ ତାଙ୍କ ଉପରେ ଏକ ଗଛ ପଡ଼ି ଯାଇଥିଲା। ଫଳରେ ମହିଳା ଜଣକ ଚାପି ହୋଇଯାଇଥିଲେ।
ତାଇୱାନରେ ସାମୁଦ୍ରିକ ବାତ୍ୟା ‘କଙ୍ଗ-ରେ’ ତାଣ୍ଡବ ରଚିଛି। ଏହି ବାତ୍ୟାରେ ଜଣେ ଲୋକଙ୍କର ମୃତୁୃ ହୋଇଥିବା ବେଳେ ୨୫୦ରୁ ଅଧିକ ଆହତ ହୋଇଥିବା ଗଣମାଧ୍ୟମ ରିପୋର୍ଟ କରିଛି। ସମ୍ଭାବିତ ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୦,୦୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିଲା, ଯେଉଁଥି ପାଇଁ ଲୋକଙ୍କର ବ୍ୟାପକ ଜୀବନ ସୁରକ୍ଷିତ ରହିଛି।
ସାମୁଦ୍ରିକ ଝଡ ପ୍ରଭାବକୁ ଆଖିରେ ରଖି ଗୁରୁବାର ଟ୍ରେନ ଚଳାଚଳ ବନ୍ଦ ରହିଥିବା ବେଳେ ୨୯୮ ବିମାନର ଉଡାଣକୁ ବାତିଲ କରାଯାଇଛି । ତାଇୱାନ ପୂର୍ବ ଉପକୂଳରେ ବାତ୍ୟା କଙ୍ଗ-ରେ ମାଡ଼ ହୋଇ ତାଇତୁଙ୍ଗ ପ୍ରାନ୍ତ ଆଡକୁ ଆଗେଇଥିଲା । ସାମୁଦ୍ରିକ ଝଡ ତାଇତୁଙ୍ଗ ପ୍ରାନ୍ତ ଅତିକ୍ରମ କରିବା ସମୟରେ ଘଣ୍ଟାପ୍ରତି ୧୮୦ କିମି ବେଗରେ ପବନ ବହିଥିବା ସୂଚନା ମିଳିଛି। ସେପଟେ ୟିଲାନ, ହୁଆଲିୟମ କାଉଣ୍ଟିଂରେ ପ୍ରବଳ ବର୍ଷା ଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡିଛି ।
ରିପୋର୍ଟ ଅନୁସାରେ ଏହି ବାତ୍ୟା ସିଧାସଳଖ ତାଇୱାନ୍ ଉପରେ ପ୍ରଭାବ ପକାଇଥିଲା। ଦେଶର ପୂର୍ବତଟରେ ଏହା ମାଡ଼ ହୋଇଥିଲା। ପାଖାପାଖି ୩୦ ବର୍ଷ ଭିତରେ ଏଭଳି ବଡ଼ଧରରଣ ବାତ୍ୟା ତାଇୱାନ୍ରେ ଦେଖିବାକୁ ମିଳି ନଥିଲା।