ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର କସିମକୋଟା ମଣ୍ଡଳ ଜିଲ୍ଲାର ବୟାବରମ ଜାତୀୟ ରାଜପଥରେ ଆଜି ଏକ ବିୟର ବୋଝେଇ ଭ୍ୟାନ୍ ଓଲଟି ପଡ଼ିଥିଲା। ଭ୍ୟାନ୍ରେ ୨୦୦ କେସରୁ ଅଧିକ ବିୟର ଥିଲା। ବିୟର ବୋଝେଇ ଭ୍ୟାନ୍ ଓଲଟି ପଡ଼ିଥିବା ଖବର ପାଇ ସ୍ଥାନୀୟ ଲୋକ ସଙ୍ଗେସଙ୍ଗେ ଯାଇ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ। କେହି କାହା ମୁହଁକୁ ଚାହିନଥିଲେ।
ସମସ୍ତେ ଆନନ୍ଦରେ ବିୟର ବୋତଲ ଉଠାଇବାରେ ଲାଗି ପଡ଼ିଥିଲେ। ଉକ୍ତ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି। ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଲୋକ ସବୁ ବୋତଲ ନେଇ ଦୌଡ଼ି ପଳାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/32-5.jpg)