ଦେଖୁ ଦେଖୁ ମା କୋଳରୁ ଛୁଆକୁ ଚୋରେଇନେଲେ ଦୁଇ ଚୋର, ଦେଖନ୍ତୁ ଭିଡିଓ

ମୁରାଦବାଦ: ଶୋଇଥିବା ଅବସ୍ଥାରେ ମା କୋଳରୁ ପିଲା ଚୋରି କରିନେଲେ ଦୁଇ ପିଲା ଚୋର | ତେବେ ପିଲା ଚୋରିର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଜଣେ ମହିଳା ନିଜ ସ୍ୱାମୀଙ୍କ ସହ କଳହ କରି ଉତ୍ତରପ୍ରଦେଶର ମୁରାଦବାଦର ବସଷ୍ଟାଣ୍ଡ ନିକଟକୁ ଚାଲିଆସିଥିଲେ | ତେବେ ରାତି ହୋଇଯିବାରୁ ନିଜର ୮ ମାସର ଛୁଆ ସହ ମହିଳା ଜଣକ ବସଷ୍ଟାଣ୍ଡରେ ଶୋଇପଡ଼ିଥିଲେ |


ବିଳମ୍ବିତ ରାତ୍ରିରେ କେହି ନଥିବାର ସୁଯୋଗ ପାଇ ଦୁଇ ଜଣ ପିଲା ଚୋର ମହିଳାଙ୍କ ପାଖରେ ଶୋଇଥିବା ତାଙ୍କ ଛୁଆକୁ ଚୋରି କରି ନେଇଯାଇଥିଲେ | ତେବେ ବସଷ୍ଟାଣ୍ଡରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ସମ୍ପୂର୍ଣ୍ଣ ଦୃଶ୍ୟ ରେକର୍ଡ ହୋଇଯାଇଥିଲା | ପୁଲିସ ପକ୍ଷରୁ କୁହାଯାଇଛି ଯେ ଶିଶୁଟିର ମା ସହ ଚୋରି କରିଥିବା ମହିଳା ଜଣକ ପ୍ରଥମେ ସମ୍ପର୍କ ରଖିଥିଲେ |

ଏହାପରେ ମହିଳା ଜଣକ ପିଲାଟିର ମା କୁ କୌଣସି ନିଶା ଦ୍ରବ୍ୟ ଦେଇଦେଇଥିଲେ | ମା ଜଣକ ଚେତାଶୂନ୍ୟ ହୋଇଯିବା ପରେ ରାତିରେ ପିଲାଟିକୁ ଚୋରି କରିନେଇଥିଲେ | ପୁଲିସ ଏବେ ଏହି ଚୋରିରେ ସମ୍ପୃକ୍ତ ଦୁଇ ଦୃବୁର୍ତ୍ତଙ୍କୁ ଧରିବା ପାଇଁ ତନାଘନା କରୁଛି |

ସମ୍ବନ୍ଧିତ ଖବର