ପଡ଼ୋଶୀଙ୍କ ଯୌନାଙ୍ଗ କାଟିଦେଲେ ମହିଳା

ପ୍ରୟାଗରାଜ: କୌଶାମ୍ବି ଜିଲ୍ଲାର ସରିଫପୁର ଗାଁରେ ମଙ୍ଗଳବାର ଅପରାହ୍ଣରେ ଜଣେ ୩୨ ବର୍ଷୀୟା ମହିଳା ତାଙ୍କ ପଡ଼ୋଶୀଙ୍କ ଯୌନାଙ୍ଗ କାଟି ଦେଇଛନ୍ତି। ପୁଲିସ ମହିଳାଙ୍କୁ ଅଟକ ରଖିବା ସହ ଏଥିରେ ବ୍ୟବହୃତ ଛୁରିକୁ ଜବତ କରିଛି। ଆକ୍ରମଣର ପ୍ରକୃତ କାରଣ ଜାଣିବା ପାଇଁ କୌଶାମ୍ବି ପୁଲିସ ତଦନ୍ତ ଜାରି ରଖିଛି। ଆହତ ୨୬ ବର୍ଷୀୟ ଯୁବକ ପ୍ରୟାଗରାଜରେ ଚିକିତ୍ସିତ ହେଉଛନ୍ତି। ପୁଲିସ କହିଛି ଯେ, ପୀଡ଼ିତଙ୍କ ବାପା ମହିଳାଙ୍କ ବିରୋଧରେ ଆଇପିସିର ଧାରା ୩୨୬ (ବିପଜ୍ଜନକ ଅସ୍ତ୍ର ଦ୍ୱାରା ଗୁରୁତର ଆଘାତ ଦେବା) ଏବଂ ୩୦୮ (ହତ୍ୟା ସଦୃଶ ଅପରାଧ) ଅନୁଯାୟୀ ଏକ ଏତଲା ଦେଇଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତା ତାଙ୍କ ପୁଅକୁ ତାଙ୍କ ଘରକୁ କୌଣସି କାମ ପାଇଁ ଡାକିଥିଲେ। କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତାଙ୍କ ଘର ଭିତରେ ପୁଅକୁ ଅଚେତ ଅବସ୍ଥାରେ ଦେଖି ସେ ତାଙ୍କୁ କୌଶାମ୍ବିର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ପ୍ରୟାଗରାଜ ପଠାଇ ଦେଇଥିଲେ। ପୁଲିସ କହିଛି ଯେ ମହିଳାଙ୍କ ସ୍ୱାମୀ ୟୁଏଇରେ ରହନ୍ତି ଏବଂ ମଙ୍ଗଳବାର ଅଭିଯୁକ୍ତାଙ୍କ ସହ ପୀଡ଼ିତଙ୍କର ଯୁକ୍ତିତର୍କ ହୋଇଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତା କହିଛନ୍ତି, ତାଙ୍କୁ ଦୁଷ୍କର୍ମ ପ୍ରୟାସ କରିଥିବାରୁ ସେ ଉକ୍ତ ଯୁବକଙ୍କ ଯୌନାଙ୍ଗ କାଟିଛନ୍ତି।

ସମ୍ବନ୍ଧିତ ଖବର