ବୁରହାନପୁର : ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ରବିବାର ଜଣେ ମହିଳା ନିଜର ଚାରି ପିଲାଙ୍କୁ କୂଅ ଭିତରକୁ ଠେଲିବା ପରେ ନିଜେ କୂଅକୁ ଡେଇଁ ପଡ଼ିଥିଲେ। ତେବେ ପାଣିରେ ପଡ଼ିଯିବା ପରେ ମହିଳା ଜଣକ ନିଜ ଜୀବନ ବଞ୍ଚାଇବା ପାଇଁ କୂଅରେ ଝୁଲୁଥିବା ଏକ ଦଉଡ଼ି ଧରି ବଡ଼ ଝିଅ ସହ ଉପରକୁ ଉଠି ଆସିଥିଲେ। ତାଙ୍କର ତିନି ସନ୍ତାନ ୧୮ ମାସର ପୁଅ ଏବଂ ୩ ଓ ୫ ବର୍ଷର ଦୁଇ ଝିଅଙ୍କର କୂଅ ଭିତରେ ମୃତ୍ୟୁ ହୋଇଛି।
ବୁରହାନପୁର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ବାଲଡି ଗ୍ରାମରେ ଏହି ଘଟଣା ଘଟିଛି ବୋଲି ପୁଲିସ ଅଧୀକ୍ଷକ ରାହୁଲ କୁମାର କହିଛନ୍ତି। ପ୍ରମିଳା ବିଲାଲା(୩୦) ନାମକ ଏହି ମହିଳା ସ୍ୱାମୀ ରମେଶଙ୍କ ସହ ଝଗଡ଼ା କରିବା ପରେ ଏଭଳି ଚରମ ପଦକ୍ଷେପ ନେଇଥିଲେ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/well.jpg)