ନୂଆଦିଲ୍ଲୀ : ହରିୟାଣାର କଇଥାଲ ଜିଲ୍ଲାରେ ବନ୍ୟାପ୍ରବଣ ଅଞ୍ଚଳ ବୁଲୁଥିବା ଜଣେ ଜେଜେପି (ଜନନାୟକ ଜନତା ପାର୍ଟି) ବିଧାୟକ ଚାପୁଡ଼ା ଖାଇଛନ୍ତି। ବନ୍ୟା ପାଇଁ ବହୁତ ହନ୍ତସନ୍ତ ହୋଇଥିବା ଜଣେ ମହିଳା ବିଧାୟକଙ୍କୁ ଚାପୁଡ଼ା ମାରିଛନ୍ତି।
/sambad/media/post_attachments/wp-content/uploads/2023/07/564sf654fh65sfhffhfh.jpg)
ସୂଚନାନୁଯାୟୀ କଇଥାଲର ଗୁହ୍ଲା ଅଞ୍ଚଳରେ ଅତି ନିମ୍ନ ମାନର ଡ୍ରେନ୍ ପାଇଁ ଜଳବନ୍ଦୀ ସମସ୍ୟା ଉପୁଜିଛି। ଏଥିପାଇଁ ସମସ୍ୟା ସାମ୍ନା କରିଥିବା ଲୋକମାନେ ଗତକାଲି ଗୁହ୍ଲା ଚିକା ନିର୍ବାଚନମଣ୍ଡଳୀର ବିଧାୟକ ଈଶ୍ବର ସିଂହଙ୍କ ଗସ୍ତ ସମୟରେ ରୁଣ୍ଡ ହୋଇଥିଲେ। ବିଧାୟକ ଏତେଦିନ ଯାଏଁ କେଉଁଠି ଥିଲେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଜଣେ ମହିଳା ଏହି ସମୟରେ ବିଧାୟକଙ୍କୁ ଚାପୁଡ଼ା ମାରିଥିଲେ। ଉକ୍ତ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ମହିଳା ଏବଂ ଅନ୍ୟମାନେ ବିଧାୟକଙ୍କୁ ପଚାରୁଛନ୍ତି , ‘ଏବେ ଆପଣ କାହିଁକି ଆସିଲେ’। ବିଧାୟକ ପରେ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଉକ୍ତ ମହିଳାଙ୍କୁ କ୍ଷମା କରିଦେଇଛନ୍ତି। ମହିଳାଙ୍କ ବିରୋଧରେ ସେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେନି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Woman-Slapped-MLA-Who-Was-Seeing-Flood-Area_Thumbnail.jpg)