ଲକ୍‌ଡାଉନ୍‌ ପାଇଁ ପିଲାଙ୍କୁ ଖାଇବାକୁ ଦେଇପାରିଲେନି, ଆତ୍ମହତ୍ୟା‌ କଲେ ଗୁରୁଗ୍ରାମ୍‌ ଯୁବକ

ଗୁରୁଗ୍ରାମ୍‌: ହରିୟାଣାର ଗୁରୁଗ୍ରାମ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁଗ୍ରାମ୍‌ର ଜଣେ ଦିନ ମଜୁରିଆ ଲକ୍‌ଡାଉନ୍‌ ପାଇଁ ନିଜ ପିଲାମାନଙ୍କୁ ଖାଇବାକୁ ଦେଇନପାରିବାରୁ ଆତ୍ମହତ୍ୟା କରିଦେଇଛନ୍ତି। ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିବା ଏହି ବ୍ୟକ୍ତି ଜଣଙ୍କ ଗତ ଦୁଇଦିନ ତଳେ ତାଙ୍କ ମୋବାଇଲ ଫୋନ୍‌ ବି ବିକି ଦେଇଥିଲେ। ପରିବାର ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାପାଇଁ ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ବାଧ୍ୟ ହୋଇ ୧୨,୦୦୦ ଟଙ୍କାର ଫୋନ୍‌କୁ ୨,୫୦୦ ଟଙ୍କାରେ ବିକି ଦେଇଥିଲେ। କିନ୍ତୁ ଏହି ଟଙ୍କା ସରିଯିବାପ‌‌ରେ ତାଙ୍କ ପାଖରେ ଆଉ କିଛି ଉପାୟ ନଥିଲା। ଘରେ ଥିବା ସଉଦା ସରିଯିବାରୁ ପିଲାମାନଙ୍କ ଭୋକିଲା ମୁହଁ ସେ ଆଉ ଦେଖିପାରିଲେନି। ଶେଷରେ ତାଙ୍କ ଘରେ ସେ ଏକ ସିଲିଂ ଫ୍ୟାନ୍‌ରେ ରସି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି। ଆତ୍ମହତ୍ୟା କରିଥିବା ଏହି ବ୍ୟକ୍ତିଙ୍କ ନାମ ମୁକେଶ। ସ୍ତ୍ରୀ ଏବଂ ୩ ପିଲାଙ୍କୁ ନେଇ ଗୁରୁଗ୍ରାମ୍‌ର ଡିଏଲଏଫ୍‌ ଫେଜ୍‌ ୫ରେ ଏକ ଚାଳ ଘରେ ସେ ରହୁଥିଲେ।

ସମ୍ବନ୍ଧିତ ଖବର