ମୁମ୍ବାଇ : ମୁମ୍ବାଇର ଆଇଟି ଇଞ୍ଜିନିୟର ଥିବା ଯାଆଁଳା ଭଉଣୀ ଶୁକ୍ରବାର ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ଜଣେ ଯୁବକଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏହି ବିବାହ ଆଇନସମ୍ମତ କି ବୋଲି ପ୍ରଶ୍ନ କରିଛନ୍ତି। ଆଉ କେତେକ ଥଟ୍ଟା ପରିହାସ କରିଛନ୍ତି।
ଖବର ଅନୁଯାୟୀ, ଯାଆଁଳା ଭଉଣୀ ପିଙ୍କି ଏବଂ ରିଙ୍କି ହେଉଛନ୍ତି ଆଇଟି ଇଞ୍ଜିନିୟର ଏବଂ ଉଭୟେ ମୁମ୍ବାଇରେ କାମ କରନ୍ତି। ଦୁଇ ଭଉଣୀ ଅତୁଲ ନାମକ ଜଣେ ଯୁବକଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିଛି ଦିନ ପୂର୍ବେ ପିତାଙ୍କ ଦେହାନ୍ତ ପରେ ସେମାନେ ମା’ଙ୍କ ସହିତ ରହୁଥିଲେ। ଥରେ ଦୁଇ ଭଉଣୀ ଏବଂ ମା ଏକସଙ୍ଗେ ଅସୁସ୍ଥ ହୋଇପଡ଼ିଲେ। ତେଣୁ ସେମାନେ ପଡ଼ୋଶୀ ଅତୁଲଙ୍କ କାର୍ରେ ଡାକ୍ତରଖାନା ଯିବା ଆସିବା କରିଥିଲେ। ସେତିକିବେଳେ ଅତୁଲ ଦୁଇ ଯୁବତୀଙ୍କ ସହ ଘନିଷ୍ଠ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/marriage-ttt.jpg)