ବେଙ୍ଗାଲୁରୁ: ମାଗଣା ଚା’ ସିଗାରେଟ୍ ଦେବାକୁ ମନା କରିବାକୁ ଭଙ୍ଗାରୁଜା । ଦୋକାନରେ ଭଙ୍ଗାରୁଜା କରି ଉନ୍ମତ୍ତ କାଣ୍ଡ ରଚିଲେ ଯୁବକ । ରାସ୍ତା ଉପରେ ଦାଦାଗିରି ଦେଖାଇ ଭାଙ୍ଗିଲେ ବେକେରୀ ଦୋକାନର କାଚ କଣ୍ଟେନର । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ବେଙ୍ଗାଲୁରୁ କ୍ରିଷ୍ଣାମୂର୍ତ୍ତି ଲେଆଉଟ୍ ଅଞ୍ଚଳରୁ । ଯେଉଁଠି ଜଣେ ୨୦ ବର୍ଷର ଯୁବକ ମାଗଣା ଚା’ ସିଗାରେଟ୍ ପାଇଁ ଦୋକାନରେ ଭଙ୍ଗାରୁଜା କରିବା ସହ ପୋଲିସକୁ ମଧ୍ଯ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଛି ।

Advertisment

ସୂଚନା ମୁତାବକ ଗତ ସପ୍ତାହରେ ଅପି ନାମକ ୨୦ ବର୍ଷୀୟ ଯୁବକ ଏସଜି ବେକ୍ସ ଆଣ୍ଡ ଜୁଇସ୍ ଦୋକାନକୁ ଦିନ ସାଢେ ୧୨ଟା ସମୟରେ ଆସି ଦୋକାନୀକୁ ଚା’ ଏବଂ ସିଗାରେଟ୍ ମାଗିଥିଲା । ଦୋକାନୀ ପଇସା ନଦେଲେ ଜିନିଷ ନାହିଁ କହିବା ପରେ ଯୁବକ ଜଣଙ୍କ ପଳେଯାଇଥିଲେ । ପୁଣି କିଛି ସମୟ ପରେ ଆସି ସିଗାରେଟ୍ ସହ ଅନ୍ୟ କିଛି ଜିନିଷ ନେଇ ପଇସା ନଦେଇ ପଳେଇ ଯାଇଥିଲେ ।

ଦୋକାନୀ ଜଣଙ୍କ ପୁନଶ୍ଚ ଟଙ୍କା ମାଗିବାରୁ ଯୁବକ ଅପି ରାଗିଯାଇ ଦୋକାନୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଦୋକାନରେ ଭଙ୍ଗାରୁଜା ଆରମ୍ଭ କରିଥିଲା । ଦୋକାନୀ ପୋଲିସର ନାଁ ନେଇ ଥାନାରେ କେସ୍ ଦେବାର ଧମକ ଦେଇଥିଲେ ବି ଅଭିଯୁକ୍ତ ଅପି ପୋଲିସକୁ ଓଲଟା ଗାଳି ଦେଇ- ପୋଲିସ ମୋର କଣ କରିବ କରୁ… କହି ପୁଣି ଦୋକାନରେ ପଶି ବିଭିନ୍ନ ଜିନିଷ ଭାଙ୍ଗିବା ଆରମ୍ଭ କରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବା ପରେ ପୋଲିସ ଉକ୍ତ ଯୁବକ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ଫେରାର୍ ଅଛି । ତେବେ ପୋଲିସର କହିବା ଅନୁସାରେ ଅଭିଯୁକ୍ତ ଅପି ରଙ୍ଗ କାମ କରୁଥିବା ବେଳେ ନିଶାସକ୍ତ ଅବସ୍ଥାରେ କବରସ୍ଥାନ ଓ ରାସ୍ତା କଡରେ ପଡିଥାଏ । ମଦ ଏବଂ ଡ୍ରଗ୍ସରେ ସେ ସବୁବେଳେ ବୁଡି କି ଥାଏ ।