ନାମ ରାହୁଲ ଗାନ୍ଧୀ ହୋଇଥିବାରୁ ସିମ୍ ଏବଂ ଋଣ ମିଳୁନି, ସାଙ୍ଗିଆ ବଦଳାଇବାକୁ ଚିନ୍ତା କରୁଛନ୍ତି ଯୁବକ

ନୂଆଦିଲ୍ଲୀ: କୌଣସି କାରଣ ନ ଥାଇ ବେଳେ ବେଳେ ଏମିତି ବି ଅସୁବିଧାରେ ପଡ଼ିବାକୁ ହୋଇଥାଏ। ନିଜ ନାମ ଲାଗି ଭୀଷଣ ଅସୁବିଧାର ସମ୍ମୁଖୀନ .ହେଉଛନ୍ତି ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ଅଖଣ୍ଡ ନଗର ଅଞ୍ଚଳର ଅଧିବାସୀ ରାହୁଲ୍ ଗାନ୍ଧୀ। ଇଏ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ ନୁହନ୍ତି, ବ୍ୟବସାୟୀ ହେବାକୁ ସ୍ବପ୍ନ .ଦେଖୁଥିବା ଜଣେ ସାଧାରଣ ଯୁବକ। ଜାଣନ୍ତୁ କି ଧରଣର ଅସୁବିଧାର ଶିକାର ହେଉଛନ୍ତି ସେ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କାହାକୁ ଅଜଣା ନାହାନ୍ତି। କିନ୍ତୁ ଭାରତରେ ଅନ୍ୟ ଜଣେ ରାହୁଲ ଗାନ୍ଧୀ ମଧ୍ୟ ଅଛନ୍ତି। କେବଳ ତାଙ୍କର ଦୁଃଖ ଏତିକି ଯେ ତାଙ୍କ ନାମ ରାହୁଲ ଗାନ୍ଧୀ ହୋଇଥିବାରୁ ତାଙ୍କୁ ସିମ୍‌ କାର୍ଡ ମିଳୁନାହିଁ କି ବ୍ୟବସାୟ ପାଇଁ ଋଣ ମଧ୍ୟ ମିଳୁନାହିଁ। ବ୍ୟବସାୟୀ ହେବାର ସ୍ବପ୍ନକୁ ସାକାର କରିବାପାଇଁ ସେ ବ୍ୟାଙ୍କ୍‌ରୁ ବ୍ୟାଙ୍କ୍‌ ବୁଲୁଛନ୍ତି କିନ୍ତୁ ତାଙ୍କୁ ଋଣ ମଂଜୁର ହେଉନାହିଁ। ସେ ଆଜିଯା‌ଏଁ ସିମ୍‌କାର୍ଡ ମଧ୍ୟ ପାଇ ପାରିନାହାନ୍ତି।

ଏହି ଯୁବକଙ୍କ ଘର ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ଅଖଣ୍ଡ ନଗର ଅଞ୍ଚଳରେ। ଗାନ୍ଧୀ ସଂଜ୍ଞା ତାଙ୍କ ଜୀବନକୁ ଖୁବ୍‌ କଷ୍ଟଦାୟକ କରିଦେଇଛି ବୋଲି ସେ କହିଛନ୍ତି। କୌଣସି ବ୍ୟବସାୟୀ ମଧ୍ୟ ତାଙ୍କ ନାମ ଶୁଣିଲେ ସାମଗ୍ରୀ କ୍ରୟ ପାଇଁ ବିଲ୍‌ ଦେଉନାହାନ୍ତି। ଶେଷରେ ରାହୁଲ ତାଙ୍କ ସଂଜ୍ଞା ବଦଳାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର