ନୂଆଦିଲ୍ଲୀ: ବିଭିନ୍ନ ସ୍ଥାନ ବୁଲିବାକୁ ରୁଚି ରଖୁଥିବା ଲୋକମାନଙ୍କ ପାଇଁ ଖୁସି ଖବର। ସରକାର ଏଥିପାଇଁ ଖାସ୍‌ ବ୍ୟବସ୍ଥା କରି ଦେଇଛନ୍ତି। ଏହା ଜରିଆରେ ଦେଶର ୧୫ରୁ ୬୫ବର୍ଷର ନାଗରିକମାନେ ଆଧାରକାର୍ଡ ଆଇଗତ ପରିଚୟ ପତ୍ର ଭାବେ ବ୍ୟବହାର କରି ବୁଲି ପାରିବେ। କିନ୍ତୁ ଏହା କେବଳ ପଡୋଶୀ ଦେଶ ନେପାଳ ଓ ଭୁଟାନ ଆଦି ସ୍ଥାନକୁ ଯାତ୍ରା କରି ପାରିବେ ବୋଲି ଗୃହ ମନ୍ତ୍ରାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି। ଏହି ଦୁଇ ଦେଶକୁ ଯିବାକୁ ହେଲେ ଭାରତୀୟଙ୍କୁ ଭିସାର ଆବଶ୍ୟକୀୟତା ପଡ଼ି ନଥାଏ।

Advertisment

publive-image

ଏହାପୂର୍ବରୁ ୬୫ବର୍ଷରୁ ଅଧିକ ଓ ୧୫ ବର୍ଷରୁ କମ୍‌ ବୟସର ଲୋକମାନଙ୍କୁ ନେପାଳ ଓ ଭୁଟାନ୍‌ ଯାତ୍ରା ପାଇଁ ନିଜର ପରିଚୟ ଦେବା ପାଇଁ ନିଜର ପାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍‌ସ୍‌, କେନ୍ଦ୍ର ସରକାର ସ୍ୱାସ୍ଥ୍ୟା ସେବା କାର୍ଡ ତଥା ରାସନ୍‌ କାର୍ଡ ଦେଖାଇବାକୁ ପଡ଼ିଥାଏ। କିନ୍ତୁ ଆଧାରକାର୍ଡ ବ୍ୟବହାର ଭାରତୀୟ ନାଗରିକ ଭାବେ କରି ପାରୁ ନଥିଲେ। କୁହାଯାଉଛି କି ଏବେ ଆଧାରକାର୍ଡକୁ ବୈଧ ଦସ୍ତାବିଜ ତାଲିକାରେ ଯୋଡ଼ି ଦିଆଯାଇଛି। ଏଥିସହିତ ୧୫ରୁ ୧୮ ବର୍ଷର ଟିନ୍‌ଏଜର ଭାରତ ଓ ନେପାଳ ଯାତ୍ରା ପାଇଁ ନିଜର ସ୍କୁଲ ପ୍ରିନ୍‌ସପାଲ ଦ୍ୱାରା ଜାରି ପ୍ରମାଣପତ୍ର ଆଧାରରେ କରି ପାରିବେ।