ଆଧାରକାର୍ଡ ଯୋଗୁଁ ଘରକୁ ଫେରିଲେ ୫୦୦ ନିଖୋଜ ଶିଶୁ !

ନୂଆଦିଲ୍ଲୀ: ୟୁନିକ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ ଇଣ୍ଡିଆ (ୟଚଆଇଡିଏଆଇ) ଜରିଆରେ ପାଖାପାଖି ୫୦୦ ନିଖୋଜ ପିଲାଙ୍କର ସନ୍ଧାନ ମିଳି ପାରିଛି ବୋଲି ରବିବାର ସୂଚନା ମିଳିଛି।

ୟୁନିକ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ ଇଣ୍ଡିଆର ସିଇଓଙ୍କ ଅଜୟ ଭୂଷଣ ପାଣ୍ଡେ ଗ୍ଲୋବାଲ କନଫରେନ୍ସ ଅନ୍‌ ସାଇବରସ୍ପେସ୍‌ (ଜିସିସିଏସ୍‌) ୨୦୧୭ରେ ଯୋଗ ଦେବା ଅବସରରେ କହିଛନ୍ତି, ଆଧାର ଜରିଆରେ ନିଖୋଜ ପିଲାଙ୍କ ପରିଚୟ ସେତେବେଳେ ଜଣାପଡ଼ିଲା। ଯେତେବେଳେ ଅନାଥ ଆଶ୍ରମ ପିଲାଙ୍କ ଆଧାର ବନାଇବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ସମୟରେ ଜଣାପଡ଼ିଲା ୧୨ଡିଜିଟ ବାୟୋମୋଟ୍ରିକ୍‌ ଆଇଡେଣ୍ଟିଫିୟର ପୂର୍ବରୁ ହିଁ ହୋଇସାରିଛି। ଏହା ଜରିଆରେ ନିଖୋଜ ପିଲାଙ୍କ ପରିଚୟ ମିଳିବା ସମ୍ଭବ ହୋଇପାରିଥିଲା।

ଅନ୍ୟପକ୍ଷରେ ଭୂଷଣ କହିଛନ୍ତି, ୨୦୧୧ ଜଣଗଣନା ମୁତାବିକ ଦେଶରେ ୧.୨ ଆରବ ଜନସଂଖ୍ୟା ମଧ୍ୟରୁ ୪୦ପ୍ରତିଶତ ୧୮ବର୍ଷରୁ କମ୍‌ ବୟସର ପିଲା ରହିଛନ୍ତି। ଆଧାର କାର୍ଡକୁ ସରକାର ସ୍କିମ୍‌ରେ ସଂଯୋଗ କରିବା ଦ୍ୱାରା ୧୦ବିଲିୟନ ଡଲାର ଅର୍ଥାତ୍‌ ପାଖାପାଖି ୬୪ ହଜାର କୋଟି ଟଙ୍କା ଲାଭ ହୋଇ ପାରିଛି। ବର୍ତ୍ତମାନ ସମୟରେ ୧.୧୯ ଆରବ ଲୋକମାନଙ୍କର ଆଧାର ପ୍ରସ୍ତୁତ ହୋଇସାରିଲାଣି। ପାଖାପାଖି ୯୯ପ୍ରତିଶତ ଯୁବପିଢ଼ିଙ୍କ ପାଖରେ ବି ଏବେ ଆଧାରକାର୍ଡ ଉପଲବ୍ଧ ରହିଛି।

ଚାଇଲ୍ଡ ରାଇଟସ୍‌ ଆଣ୍ଡ ୟୁ (ସିଆର୍‌ଓ୍ଵାଇ) ଏନ୍‌ଜିଓଙ୍କ କହିବାନୁସାରେ, ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ପାଖାପାଖି ୮୪ ପ୍ରତିଶତ ନିଖୋଜ ପିଲାଙ୍କ ସନ୍ଧାନ ମିଳି ପାରି ନଥିଲା। ସରକାରୀ ରିପୋର୍ଟ ଅନୁଯାୟୀ ଦେଶରେ ପାଖାପାଖି ପ୍ରତିଦିନ ୧୮୦ଜଣ ପିଲା ନିଖୋଜ ହୋଇଯାଇଥାଆନ୍ତି।

ସମ୍ବନ୍ଧିତ ଖବର