ବିନା ଆଧାରକାର୍ଡରେ କେମିତି ନେବେ କୋଭିଡ ଟିକା? ୟୁଆଇଡିଏଆଇ ଆଣିଲା ସମାଧାନର ବାଟ

ନୂଆଦିଲ୍ଲୀ: ଭାରତୀୟ ବିଶିଷ୍ଟ ପ୍ରାମାଣିକ ପ୍ରାଧିକରଣ ବା ୟୁଆଇଡିଏଆଇ ଆଧାରକାର୍ଡକୁ ନେଇ ଏକ ବଡ ବୟାନ ଜାରି କରିଛି । ୟୁଆଇଡିଏଆଇ କହିଛି କି କୋଭିଡ ଟିକା ନେବା ପାଇଁ ଆଧାରକାର୍ଡ ଜରୁରୀ ନୁହେଁ । ଏହାସହ ୟୁଆଇଡିଏଆଇ କହିଛି କି ଆଧାରକାର୍ଡ ନଥିବା ଲୋକଙ୍କୁ କୌଣସି ଜରୁରୀ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ । କୌଣସି ଲୋକପାଖରେ ଯଦି ଆଧାରକାର୍ଡ ନାହିଁ ତେବେ କୌଣସି ହସ୍ପିଟାଲ ତାଙ୍କୁ ଔଷଧ ବା ଚିକିତ୍ସାରୁ ବଞ୍ଚିତ କରିପାରିବ ନାହିଁ ।

ୟୁଆଇଡିଏଆଇର ସୂଚନା ମୁତାବକ ‘କୌଣସି ବ୍ୟକ୍ତିକୁ ଆପଣ ଜରୁରୀ ସେବାରୁ ବଞ୍ଚିତ କରିପାରିବେ ନାହିଁ, ବଞ୍ଚିତ କରିବା ପାଇଁ ଆପଣ ଆଧାରକାର୍ଡକୁ ମାଧ୍ୟମ କରିପାରିବେ ନାହିଁ | ବିନା ଆଧାରରେ ଜରୁରୀ କାମ ଓ ସୁବିଧା ଯୋଗାଇ ଦେବାକୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ ବାଧ୍ୟ’ ।

Aadhaar card is not mandatory for any Covid-related service(Mint)
hindustantimes.com

ଦେଶରେ ବଢିଚାଲିଥିବା କରୋନା ମହାମାରୀ ଭିତରେ ୟୁଆଇଡିଏଆଇର ଏଭଳି ବୟାନ ଏକ ମହତ୍ୱପୂର୍ଣ୍ଣ ବୟାନ ଅଟେ । ଯଦି କୌଣସି ଲୋକ ପାଖରେ ଆଧାରକାର୍ଡ ନାହିଁ, ଯେଉଁଥିପାଇଁ ସେ ଜରୁରୀ ସେବାରୁ ବଞ୍ଚିତ ହେଉଛି ତେବେ ସେ ଆଧାର ଅଧିନିୟମ, ୨୦୧୬ର ଧାରା ୭ରେ ନିର୍ଦ୍ଧାରିତ ବିଶିଷ୍ଟ ମାନଦଣ୍ଡ ମୁତାବକ ସେବା ପାଇବାକୁ ହକଦାର ବୋଲି ୟୁଆଇଡିଏଆଇ ମତ ଦେଇଛି ।

ଟିକା ପଞ୍ଜିକରଣ ପାଇଁ ଆବଶ୍ୟକ ଫଟୋ-ପରିଚୟ କାର୍ଡ ମଧ୍ୟରୁ ଆଧାର କାର୍ଡ ଅନ୍ୟତମ | କିନ୍ତୁ ଆଧାରକାର୍ଡ ବ୍ୟତୀତ ଅନେକ ଦଲିଲ ଅଛି ଯାହାକୁ ଆଧାର କାର୍ଡ ନଥିଲେ ବ୍ୟବହାର କରାଯାଇପାରିବ | ଟିକା ପଞ୍ଜୀକରଣ ପାଇଁ ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ସରକାରଙ୍କ ସ୍ୱାସ୍ଥ୍ୟ ବୀମା କାର୍ଡ, ପେନ୍ସନ୍ ଡକ୍ୟୁମେଣ୍ଟ୍ ମଧ୍ୟ ବୈଧ ବୋଲି ୟୁଆଇଡିଏଆଇ କହିଛି ।

ସମ୍ବନ୍ଧିତ ଖବର