ନୂଆଦିଲ୍ଲୀ: ମାତ୍ର ୫୦୦ ଟଙ୍କା ଓ ୧୦ ମିନିଟ୍ ସମୟ ବିନିଯୋଗରେ ଯେ କୌଣସି ବ୍ୟକ୍ତିର ଆଧାର ସମ୍ବଳିତ ସମସ୍ତ ତଥ୍ୟ ହଡ଼ପ କରିନେଇହେବ ବୋଲି ଦାବି କରିଥିବା ଟ୍ରିବ୍ୟୁନ୍ ଖବରକାଗଜ ଏବଂ ଏହାର ସାମ୍ବାଦିକା ରଚନା ଖଇରାଙ୍କ ବିରୋଧରେ ଆଧାର କର୍ତ୍ତୃପକ୍ଷ(ୟୁଆଇଡିଏଆଇ)ଙ୍କ ପକ୍ଷରୁ ଏତଲା ଦିଆଯାଇଛି। ଅପରପକ୍ଷେ, ପ୍ରେସ ସ୍ୱାଧୀନତାରେ ଏପରି ହସ୍ତକ୍ଷେପକୁ ନେଇ ବିବାଦ ତୀବ୍ର ହେଉଥିବା ଅନୁଭବ କରି ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସଫେଇ ଦେଇଛନ୍ତି। ଆଧାର ତଥ୍ୟ ଚୋରି ରିପୋର୍ଟ ପାଇଁ ବ୍ୟକ୍ତିଗତ ଭାବେ କାହା ବିରୋଧରେ ଏତଲା ଦିଆନଯାଇ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ଏତଲା କରାଯାଇଛି ବୋଲି ରବିଶଙ୍କର ସ୍ପଷ୍ଟ କରିଛନ୍ତି। ସେହିପରି ପ୍ରେସ ସ୍ୱାଧୀନତା ବଜାୟ ରଖିବା ପାଇଁ ତାଙ୍କ ସରକାର ବଦ୍ଧପରିକର ବୋଲି ସେ କହିଛନ୍ତି।
ସୂଚନା ଥାଉ କି, ଗତ ୩ ତାରିଖର ଟ୍ରିବ୍ୟୁନ୍ ସଂସ୍କରଣରେ ପ୍ରକାଶିତ ଏକ ରିପୋର୍ଟରେ ୫୦୦ ଟଙ୍କା ଖର୍ଚ୍ଚ କଲେ ୧୦ ମିନିଟ୍ ସମୟ ଭିତରେ ଜଣେ ଏଜେଣ୍ଟ ମାଧ୍ୟମରେ ଯେ କୌଣସି ବ୍ୟକ୍ତିର ଆଧାର ପାଇଁ ପ୍ରଦତ୍ତ ସମସ୍ତ ତଥ୍ୟ ଜାଣିହୋଇପାରିବ ବୋଲି ଦାବି କରାଯାଇଥିଲା। ତେବେ ଏଭଳି ଖବରକୁ ଭିତ୍ତିହୀନ ଦର୍ଶାଇ ଏହି ରିପୋର୍ଟ ପ୍ରସ୍ତୁତ କରିଥିବା ସାମ୍ବାଦିକା ରଚନା ଖଇରାଙ୍କ ସହିତ ତାଙ୍କୁ ସହଯୋଗ କରିଥିବା ଅନୀଲ କୁମାର, ସୁନୀଲ କୁମାର ଏବଂ ରାଜ ନାମକ ତିନି ଜଣ ବ୍ୟକ୍ତିଙ୍କ ନାମରେ ୟୁଆଇଡିଏଆଇ ପକ୍ଷରୁ ଏତଲା କରାଯାଇଥିଲା। ଅପରପକ୍ଷେ, ଏହି ମାମଲାରେ ସରକାର ହସ୍ତକ୍ଷେପ କରିବାକୁ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ନିବେଦନ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଥିଲା।
ଆଧାର ତଥ୍ୟ: ଚୋରି ରିପୋର୍ଟ:ସାମ୍ବାଦିକାଙ୍କ ନାମରେ ମାମଲା
/sambad/media/post_attachments/wp-content/uploads/2018/01/lady-journalist.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)