ଆଧାର-ଭୋଟର ପରିଚୟପତ୍ର ସଂଯୋଗ ପ୍ରସଙ୍ଗ: ସୂର୍ଯେୱାଲାଙ୍କୁ ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭୋଟର ପରିଚୟପତ୍ର-ଆଧାର ଲିଙ୍କ୍ ପାଇଁ ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ ନିର୍ବାଚନ ଆଇନ ସଂଶୋଧନ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯେୱାଲାଙ୍କୁ ସର୍ବୋଚ୍ଚ ଅଦାଲତ ଏ ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବା ପାଇଁ କହିଛନ୍ତି।

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଏଏସ୍ ବୋପାନ୍ନା କହିଲେ ଯେ, ଦିଲ୍ଲୀ ହାଇକୋର୍ଟ ଏ ପ୍ରସଙ୍ଗରେ ବିଚାର କରିପାରିବେ। ହାଇକୋର୍ଟ ଯିବା ପାଇଁ ତାଙ୍କୁ ଖଣ୍ଡପୀଠ ଅନୁମତି ଦେଉଛନ୍ତି ବୋଲି ବିଚାରପତିଦ୍ବୟ କହିଥିଲେ। ସୂଚନାଯୋଗ୍ୟ ଉକ୍ତ ନିର୍ବାଚନ ଆଇନ (ସଂଶୋଧନ) ବିଲ୍ ଗତ ୨୦୨୧ ଡିସେମ୍ବର ମାସରେ ଆଇନରେ ପରିଣତ ହୋଇଥିଲା।

ସମ୍ବନ୍ଧିତ ଖବର