ନୂଆଦିଲ୍ଲୀ: ଏବେ ସବୁବେଳେ ଆଧାର କାର୍ଡ ଧରି ସବୁ ସ୍ଥାନକୁ ଯିବାର କୌଣସି ଆବଶ୍ୟକତା ନାହିଁ | କାରଣ ୟୁନିକ ଆଇଡ଼ିଣ୍ଟଫିକେସନ ଅଥରିଟି ଅଫ ଇଣ୍ଡିଆ ଆଧାର କାର୍ଡ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁବିଧା ଆରମ୍ଭ କରିଛି | ଦେଶରେ ଆଧାର କାର୍ଡ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏକ ନୂଆ ମୋବାଇଲ ଆପ ଲଞ୍ଚ କରାଯାଇଛି | ଏହି ଆପ ସାହାଯ୍ୟରେ ଆଧାର ବ୍ୟବହାରକରି ନିଜ ମୋବାଇଲରେ ଆଧାର କାର୍ଡକୁ ସହଜରେ ଡାଉନଲୋଡ଼ କରିପାରିବେ |

Advertisment

publive-image photo-Govinfo.me

ପ୍ରକୃତରେ ଏମଆଧାର ନାମକ ଏହି ଆପରେ ପାସୱାର୍ଡ ଦିଆଯାଇଥିବାବେଳେ କେବଳ ଯାହାର ଆଧାର କାର୍ଡ ଥିବ ସେମାନେ ହିଁ ପାସୱାର୍ଡ଼ ମଧ୍ୟରେ ଏହି ଆପକୁ ଖୋଲିପାରିବେ | ଯଦି ଆପଣ ଆଧାର କାର୍ଡ ସାଥିରେ ନେଇ ଯିବାକୁ ଚାଁହୁନାହାନ୍ତି ତେବେ ଏହି ଆପ ମାଧ୍ୟମରେ ଆପଣ ଆଧାର କାର୍ଡକୁ ମୋବାଇଲରେ ଡାଉନଲୋଡ଼ କରିପାରିବେ |

ଏମଆଧାର ଆପର ନୂଆ ଭର୍ସନ ଆଇଓଏସ ଓ ଆଣ୍ଡ୍ରଏଡ଼ ଭଳି ଦୁଇଟି ପ୍ଲାଟଫର୍ମରେ ମିଳିପାରିବ | ଏମଆଧାର ଆପରେ ୧୩ଟି ଭାଷା ରହିଛି | ଏହି ଭାଷା ମଧ୍ୟରୁ ୧୨ଟି ଆଞ୍ଚଳିକ ଭାଷା ଥିବାବେଳେ ଇଂରାଜୀ ମଧ୍ୟ ରହିଛି | ବିଭିନ୍ନ ଅଂଚଳର ଲୋକ ଯେଭଳି ସହଜରେ ଏହି ଆପକୁ ବ୍ୟବହାର କରିପାରିବେ ସେଥିପାଇଁ ଆଞ୍ଚଳିକ ଭାଷା ଗୁଡିକୁ ଦିଆଯାଇଛି |