ଆଧାରରେ ଥିବା ନାମ,ଠିକଣା, ଜନ୍ମତାରିଖ ଅପରାଧିକ ମାମଲା ପାଇଁ ଉପଯୁକ୍ତ ପ୍ରମାଣ ନୁହେଁ: ଆଲହାବାଦ ହାଇକୋର୍ଟ

ଲକ୍ଷ୍ମୌ: ଆଲହାବାଦ ହାଇକୋର୍ଟର ଲକ୍ଷ୍ମୌ ଖଣ୍ଡପୀଠରେ ଏକ ମାମଲାର ଶୁଣାଣି ହୋଇ ଗୁରୁତ୍ୱପୂର୍ଣ୍ଣ ରାୟ ଦିଆଯାଇଛି। ଏହି ଶୁଣାଣିରେ କୁହାଯାଇଛି କି, ଆଧାର କାର୍ଡରେ ଦିଆଯାଇଥିବା ନାମ, ଠିକଣା ଓ ଜନ୍ମତାରିଖ ଭଳି ତଥ୍ୟକୁ ଉପଯୁକ୍ତ ପ୍ରମାଣ ପତ୍ର ଭାବେ ଗ୍ରହଣ କରାଯିବ ନାହିଁ। ଅପରାଧିକ ମାମଲାର ଯାଞ୍ଚ ସମୟରେ ସନ୍ଦେହ ହେଲେ ଏହାର ଖୋଳତାଡ ହୋଇପାରେ।

ଖଣ୍ଡପୀଠରେ ବିଚାରପତି ଅଜୟ ଲାମ୍ବା ଓ ରାଜୀବ ସିଂହ ଏକ ମାମଲାର ଶୁଣାଣି କରୁଥିବା ସମୟରେ କହିଛନ୍ତି, ସାକ୍ଷୀ ଅଧିନିୟମ ଜରିଆରେ କୁହାଯାଇ ପାରିବ ନାହିଁ କି, ଆଧାରରେ ଦିଆଯାଇଥିବା ନାମ, ଠିକଣା, ଲିଙ୍ଗ ଓ ଜନ୍ମ ତାରିଖର ବିବରଣୀ ସଠିକ୍‌ ଓ ଉପଯୁକ୍ତ ପ୍ରମାଣ ପତ୍ର। ଏହା କେବଳ ଆବେଦନକାରୀ ଦ୍ୱାରା ଦିଆଯାଇଥିବା ସୂଚନା ଓ ତଥ୍ୟ ଅନୁସାରେ ପ୍ରସ୍ତୁତ ହୋଇଥାଏ। ଏମିତିରେ ଆଧାର କାର୍ଡ କେବଳ ବ୍ୟକ୍ତିର ଫଟୋଗ୍ରାଫ, ଫିଙ୍ଗରପ୍ରିଣ୍ଟ ଓ ଆଖି ଡେଳାର ପ୍ରମାଣ ଦେଇଥାଏ। କାରଣ ଏସବୁ ସ୍କାନ୍‌ ହୋଇ ଆଧାର ପ୍ରସ୍ତୁତ ହୋଇଥାଏ।

 

ତେଣୁ ଅପରାଧିକ ମାମଲାର ଯାଞ୍ଚ ସମୟରେ ଯଦି ସନ୍ଦେହ ହୁଏ ତେବେ ଏହା ଉପରେ ବି ଖୋଲତାଡ କରାଯାଇ ପାରିବ। କୋର୍ଟ ବହରାଇଜର ସୁଜୋଲି ଥାନାରେ ରୁଜୁ ହୋଇଥିବା ଏକ ମାମଲାର ଶୁଣାଣି କରି ନିକଟରେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର