ପାଟ୍‌ନା: ବିହାରରେ ସାତ ବର୍ଷ ହେଲା ଅଲଗା ହୋଇଥିବା ଏକ ପରିବାର ଆଧାରକାର୍ଡ ହେତୁ ପୁଣି ଥରେ ଏକ ‌ହୋଇଛି। ଏହି କାହାଣୀ ଏକ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Advertisment

ଏହି ମାମଲା ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ପଶ୍ଚିମ ଚମ୍ପାରାନର ଶିକାରପୁର ପୁଲିସ ଷ୍ଟେସନରୁ ଦୁଇ ପିଲା ନିଖୋଜ ହୋଇ ଯାଇଥିଲେ। ନିଜ ପରିବାରଠାରୁ ଅଲଗା ହୋଇ ପ୍ରକାଶ ନଗରରେ ରହୁଥିବା ଏହି ଭାଇ ଓ ଭଉଣୀ ଲ‌‌କ୍ଷ୍ନୌର ଏକ ସୁଧାର ଗୃହରୁ ମିଳିଲେ। ସେମାନେ ଆଧାରକାର୍ଡ ବନାଇବାକୁ ଆସିବା ବେଳେ ସେମାନଙ୍କ ଘର ଚମ୍ପାରାନରେ ବୋଲି ଜଣାପଡ଼ିଲା।

ସମ୍ପୂର୍ଣ୍ଣ କଥା ସାମ୍ନାକୁ ଆସିବା ପରେ ଉଭୟ ଶିଶୁଙ୍କୁ ପୁଲିସ୍‌ ଲକ୍ଷ୍ନୌର ସୁଧାର ଗୃହରୁ ଉଦ୍ଧାର କରିଛି। ଭାଇଭଉଣୀଙ୍କ ମଧ୍ୟରୁ କେବଳ ଭଉଣୀ ଏବେ ସୁଦ୍ଧା ନିଜ ଘରେ ପହଞ୍ଚିଥିବା ଜଣାପଡ଼ିଛି।

ଏ ନେଇ ଶିକାରପୁର ପୁଲିସ ଷ୍ଟେସନ ଇନଚାର୍ଜ ରାମଶ୍ରୀ ଯାଦବ ସୂଚନା ଦେଇ କହିଛନ୍ତି ଯେ, ‘‘ ସାତ ବର୍ଷ ଧରି ନିଖୋଜ ଥିବା ପିଲାମାନଙ୍କର ସୂଚନା ପାଇବା ମାତ୍ରେ ଏସଆଇ ସୁଜିତ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଲକ୍ଷ୍ନୌକୁ ପଠାଯାଇଥିଲା। ପୁଲିସ ଟିମ୍ ଉଭୟ ଶିଶୁଙ୍କୁ ସୁଧାର ଗୃହରୁ ଉଦ୍ଧାର କରିଥିଲା। ତେବେ ପୁଅଟିର ପରୀକ୍ଷା ଚାଲିଥିବାରୁ ତାଙ୍କୁ ଲକ୍ଷ୍ନୌରୁ ଅଣାଯାଇନାହିଁ। କେବଳ ଝିଅଟି ନିଜ ଘରକୁ ଫେରିଥିବା ସୂଚନା ରହିଛି।’’

୨୦୧୬ ମସିହାରେ ଏହି ଘଟଣା ସାମ୍ନାକୁ ଆସିଥିଲା ​​ଯେତେବେଳେ ମାତା ସୁନୀତା ଦେବୀ ଉଭୟ ପିଲାଙ୍କ ଅପହରଣ ହୋଇଥିବା ଅଭିଯୋଗ ଆଣି ଏଫ୍ଆଇଆର୍ ଦାଖଲ କରିଥିଲେ। ଉଭୟ ପିଲା ଏକାଠି ନିଖୋଜ ହୋଇଯାଇଥିଲେ। ତେବେ ବାସ୍ତବରେ ପିଲା ଦ୍ବୟ କିପରି ଯାଇ ସୁଧାର ଗୃହରେ ପହଞ୍ଚିଥିଲେ ତାହା ସେମାନେ ସ୍ପଷ୍ଟ କରି କହିପାରୁନାହାନ୍ତି।