ମୁମ୍ବାଇ: ପ୍ରଥମ ଥର ପାଇଁ ଠାକ୍ରେ ପରିବାରର ଜଣେ ସଦସ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସ୍ପଷ୍ଟ ହୋଇଛି।ସେ ହେଲେ ଆଦିତ୍ୟ ଠାକରେ ଶିବସେନା ଯୁବ ଶାଖାର ମୁଖ୍ୟ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକ୍ରେ ମହାରାଷ୍ଟ୍ରର ମୁମ୍ବାଇ ୱର୍ଲି ଆସନରୁ ପ୍ରାର୍ଥୀ ହେଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଦିତ୍ୟ ଠାକରେ ଆଗାମୀ ଅକ୍ଟୋବର ୩ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ। କିଛି ଦିନତଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଦିତ୍ୟ ଠାକରେ ନିଜର ଏହି ଅଭିଳାଷ ସଂପର୍କରେ ସୂଚନା ଦେଇଥିଲେ।
Shiv Sena's Aditya Thackeray to contest from Worli Assembly seat in Mumbai. (File pic) #MaharashtraAssemblyPolls https://t.co/gZJXUnmYnT pic.twitter.com/tIhgodOGMj
— ANI (@ANI) September 29, 2019
ଆଜି ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ନେଇ ଆଜି ଉଭୟ ଦଳ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହାର ଘୋଷଣା କରିବେ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଶିବସେନା ୧୨୬ଟି ଆସନରେ ଏବଂ ବିଜେପି ୧୪୪ଟି ଆସନରେ ନିର୍ବାଚନ ଲଢ଼ିବ। ଅନ୍ୟ ୧୮ଟି ଆସନ ସହଯୋଗୀ ଦଳକୁ ଦିଆଯାଇଛି। ଏହା ସହିତ ଶିବସେନା ଉପମୁଖ୍ୟମନ୍ତ୍ରୀ ପଦ ପ୍ରସ୍ତାବକୁ ବି ସ୍ଵୀକାର କରିଥିବା କୁହାଯାଉଛି।