ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି-ଶିବସେନା ସରକାର ଗଠନ ହେବା ପରେ ରାଜନୈତିକ ସଂଘର୍ଷ ବନ୍ଦ ହୋଇଥିଲେ ବି ଶିବସେନାର ଦୁଇ ଦଳ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ସିନ୍ଦେ ଦଳର ବିଧାୟକଙ୍କୁ ବାରମ୍ବାର ସମାଲୋଚନା କରିବାରେ ଲାଗିଛନ୍ତି।
ରବିବାର ଦିନ ସେ କହିଛନ୍ତି ଯେ ଏହି ବିଦ୍ରୋହୀ ବିଧାୟକମାନେ ଆମ ଆଖିରେ ଆଖି ମିଶାଇ ଦେଖିପାରୁ ନାହାଁନ୍ତି, ସେମାନେ ନିଜ ବିଧାନସଭା ନିର୍ବାଚନମଣ୍ଡଳୀର ଲୋକଙ୍କ ସହ କେମିତି ଆଖି ମିଶାଇବେ। କେବଳ ଏତିକି ନୁହେଁ, ସେ ବିଧାୟକମାନଙ୍କୁ ଦିଆଯାଇଥିବା ଅତ୍ୟଧିକ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ଆଦିତ୍ୟ ଠାକରେ କହିଛନ୍ତି ଯେ ଏହି ବିଧାୟକମାନେ କେତେ ଦିନ ପର୍ଯ୍ୟନ୍ତ ଗୋଟିଏ ହୋଟେଲରୁ ଅନ୍ୟ ହୋଟେଲକୁ ଯିବେ? ସର୍ବଶେଷରେ, ଏହି ବିଧାୟକମାନଙ୍କୁ ନିଜ ବିଧାନସଭା ନିର୍ବାଚନମଣ୍ଡଳୀକୁ ଯିବାକୁ ପଡିବ। ସେତେବେଳେ ଏହି ଲୋକମାନେ ସେଠାକୁ କେଉଁ ମୁହଁ ନେଇକି ଯିବେ? ଆଜି ବିଧାନସଭାରେ ପହଞ୍ଚିଥିବା ସିନ୍ଦେ ଦଳର ବିଧାୟକମାନେ ଆମ ଆଖିରେ ଆଖି ମିଶାଇ ପାରିନଥିଲେ। ଏଭଳି ସ୍ଥିତିରେ ନିଜ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ସାମ୍ନା ଏହି ବିଧାୟକମାନେ କିପରି କରିବେ?
ସେ ଆହୁରି କହିଛନ୍ତି ଯେ, ସିନ୍ଦେ ଦଳର ବିଧାୟକମାନଙ୍କୁ ଯେତିକି ସୁରକ୍ଷା ମିଳିଛି, ସେତିକି ସୁରକ୍ଷା ଆତଙ୍କବାଦୀ କସାବ ପାଇଁ ମଧ୍ୟ ନଥିଲା। କିଛି ବିଧାୟକ ଆପଣଙ୍କ ହାତ ଛାଡ଼ିଦେବେ ବୋଲି ଆପଣମାନେ ଭୟ କରୁଛନ୍ତି କି? କାହିଁକି ଏତେ ଭୟ? ବୋଲି ପ୍ରଶ୍ନ କରିଛନ୍ତି ଆଦିତ୍ୟ ଠାକରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-19.jpg)