ନୂଆଦିଲ୍ଲୀ: ଚଳିତବର୍ଷର ଗରମ ଲୋକଙ୍କକୁ ନାହିଁନଥିବା ହନ୍ତସନ୍ତ କରିଛି। ଲୋକଙ୍କ ପାଇଁ ଘରୁ ବାହାରକୁ ବାହାରିବା ବି କଷ୍ଟ ହୋଇପଡୁଛି। ଦିଲ୍ଲୀରେ ତାପମାତ୍ରା ୪୫ ଡିଗ୍ରି ତଳକ ଖସିବା ନାଁ ଧରୁନାହିଁ।

Advertisment

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଦିଲ୍ଳୀରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜଧାନୀ ଦିଲ୍ଲୀର ତାପମାତ୍ରା ସର୍ବାଧିକ ୪୩ ଡିଗ୍ରି ରହିବା ସହ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରହିବ ବୋଲି ଆକଳନ କରାଯାଇଥିଲା।

ଜୁନ୍‌ ୮ ତାରିଖ‌ ପରେ ଦିଲ୍ଳୀର ଅବସ୍ଥା ବଦଳିବ ବୋଲି ପୂର୍ବାନୁମାନ ହୋଇଛି। ୮, ୯ ଓ ୧୦ ତାରିଖରେ ଦିଲ୍ଲୀରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।  ବର୍ଦ୍ଧିତ ତାମପାତ୍ରା ପୁଣି ଥରେ ଦିଲ୍ଳୀର ଜଳବାୟୁକୁ ବିଗାଡ଼ି ଦେଇଛି। ପ୍ରଦୂଷଣ ବି ଖୁବ୍ ଅଧିକ ବଢ଼ିଯାଇଛି।

ରାଜ୍ୟରେ ଚଳିତ ବର୍ଷର ତାପମାତ୍ରା ରେକର୍ଡ କରିଛି। ଜାନୁଆରି ୩୦ ତାରିଖରେ ପୂରା ପଶ୍ଚିମ ଓଡ଼ିଶା ପ୍ରବଳ ଖରାରେ ଜଳିଛି। ଝାରସୁଗୁଡ଼ାରେ ପାରଦ ୪୭ଡିଗ୍ରିକୁ ଉଠିଛି। ଏଥି ସହିତ ଝାରସୁଗୁଡ଼ାରେ ମେ’ ମାସର ସର୍ବକାଳୀନ ରେକର୍ଡ କରିଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଥିଲା।